Masthead

ସ୍କୁଲରୁ ମିଳିଲା ୨୧୫ କଙ୍କାଳ, ଜାଣନ୍ତୁ କେଉଁଠି..

(ବଡ଼ ଖବର ବ୍ୟୁରୋ): କାନ୍ନାଡ଼ାରେ ହୃଦୟ ବିଦାରକ ଦୃଶ୍ୟ । ରେସିଡେନ୍ସିଆଲ ସ୍କୁଲରୁ ୨୧୫ ଜଣ ଛୋଟ ପିଲାଙ୍କ କଙ୍କାଳ ଜବତ । ଦେହାବଶେଷ ମଧ୍ୟରେ ରହିଛି ୩ ବର୍ଷ ବୟସର ପିଲାଙ୍କ କଙ୍କାଳ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ କାନ୍ନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଏହାକୁ ହୃଦୟ ବିଦାରକ ବୋଲି କହିଛନ୍ତି। ଏହି ପିଲାମାନେ ବିଟ୍ରିଶ କଲମ୍ବିୟାର କାମଲୁପ୍ସ ଇଣ୍ଡିଆନ୍ ରେସିଡେନ୍ସିଆଲ ସ୍କୁଲର ଛାତ୍ର ଥିଲେ। ୧୯୭୮ ମସିହାରେ ଏହି ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। ମାଟି ତଳେ କ’ଣ ରହିଛି ତାହାକୁ ରାଡାର ମାଧ୍ୟମରେ ଜାଣି ପାରୁଥିବା ଜଣେ ବିଶେଷଜ୍ଞଙ୍କ ଦ୍ବାରା ଜଣାପଡିଛି ।

କାନ୍ନାଡ଼ାର କିଛି ରେସିଡେନ୍ସିଆଲ ସ୍କୁଲରେ ଆଦିବାସୀ ପିଲାଙ୍କୁ ଜୋରଜବରଦସ୍ତ ଭାବେ ନିଆଯାଇ ଏହି ସ୍କୁଲରେ ଭର୍ତ୍ତି କରାଯାଇଥାଏ । ଏହା ସହ ଏହି ସ୍କୁଲରେ ଚାଲୁଥିଲା ସାଂସ୍କୃତିକ ନରସିଂହାର ପ୍ରୋଗ୍ରାମ । ଯେଉଁଥିରେ ସେହି ଆଦିବାସୀ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ସହ ଦୁଷ୍କର୍ମ ମଧ୍ୟ କରିଥାନ୍ତି । ଏହା ସହ ସୂଚନା ମିଳିଛି ଯେ ସାଧାରଣତଃ ୧୮୪୦ ମସିହାରୁ ଗତ ଶତାବ୍ଦୀର ଶେଷ ଦଶକ ପର୍ୟ୍ୟନ୍ତ ଓଟାୱା ପକ୍ଷରୁ ଖ୍ରୀଷ୍ଟିୟାନ ଚର୍ଚ୍ଚ ଦ୍ବାରା ପରିଚାଳିତ ଏହି ସ୍କୁଲଗୁଡ଼ିକରେ ପାଠ ପଢ଼ୁଥିବା ଦେଢ଼ ଲକ୍ଷ ମୂଳବାସିନ୍ଦା ପିଲାଙ୍କୁ ଅକଥନୀୟ ଯାତନା ଦିଆଯାଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ