Masthead

ସ୍କୁଲରୁ ମିଳିଲା ୨୧୫ କଙ୍କାଳ, ଜାଣନ୍ତୁ କେଉଁଠି..

(ବଡ଼ ଖବର ବ୍ୟୁରୋ): କାନ୍ନାଡ଼ାରେ ହୃଦୟ ବିଦାରକ ଦୃଶ୍ୟ । ରେସିଡେନ୍ସିଆଲ ସ୍କୁଲରୁ ୨୧୫ ଜଣ ଛୋଟ ପିଲାଙ୍କ କଙ୍କାଳ ଜବତ । ଦେହାବଶେଷ ମଧ୍ୟରେ ରହିଛି ୩ ବର୍ଷ ବୟସର ପିଲାଙ୍କ କଙ୍କାଳ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ କାନ୍ନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଏହାକୁ ହୃଦୟ ବିଦାରକ ବୋଲି କହିଛନ୍ତି। ଏହି ପିଲାମାନେ ବିଟ୍ରିଶ କଲମ୍ବିୟାର କାମଲୁପ୍ସ ଇଣ୍ଡିଆନ୍ ରେସିଡେନ୍ସିଆଲ ସ୍କୁଲର ଛାତ୍ର ଥିଲେ। ୧୯୭୮ ମସିହାରେ ଏହି ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। ମାଟି ତଳେ କ’ଣ ରହିଛି ତାହାକୁ ରାଡାର ମାଧ୍ୟମରେ ଜାଣି ପାରୁଥିବା ଜଣେ ବିଶେଷଜ୍ଞଙ୍କ ଦ୍ବାରା ଜଣାପଡିଛି ।

କାନ୍ନାଡ଼ାର କିଛି ରେସିଡେନ୍ସିଆଲ ସ୍କୁଲରେ ଆଦିବାସୀ ପିଲାଙ୍କୁ ଜୋରଜବରଦସ୍ତ ଭାବେ ନିଆଯାଇ ଏହି ସ୍କୁଲରେ ଭର୍ତ୍ତି କରାଯାଇଥାଏ । ଏହା ସହ ଏହି ସ୍କୁଲରେ ଚାଲୁଥିଲା ସାଂସ୍କୃତିକ ନରସିଂହାର ପ୍ରୋଗ୍ରାମ । ଯେଉଁଥିରେ ସେହି ଆଦିବାସୀ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ସହ ଦୁଷ୍କର୍ମ ମଧ୍ୟ କରିଥାନ୍ତି । ଏହା ସହ ସୂଚନା ମିଳିଛି ଯେ ସାଧାରଣତଃ ୧୮୪୦ ମସିହାରୁ ଗତ ଶତାବ୍ଦୀର ଶେଷ ଦଶକ ପର୍ୟ୍ୟନ୍ତ ଓଟାୱା ପକ୍ଷରୁ ଖ୍ରୀଷ୍ଟିୟାନ ଚର୍ଚ୍ଚ ଦ୍ବାରା ପରିଚାଳିତ ଏହି ସ୍କୁଲଗୁଡ଼ିକରେ ପାଠ ପଢ଼ୁଥିବା ଦେଢ଼ ଲକ୍ଷ ମୂଳବାସିନ୍ଦା ପିଲାଙ୍କୁ ଅକଥନୀୟ ଯାତନା ଦିଆଯାଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି