Masthead

ଆରପାରିରେ ହାସ୍ୟ ଅଭିନେତା ଡୋଲୁ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସାରା ଓଡ଼ିଶାକୁ ପ୍ରତ୍ୟେକ ଦିନ ଯିଏ ହସାଉଥିଲା ଆଜି ଆଉ ସେ ନାହାନ୍ତି। ଚଳଚ୍ଚିତ୍ର ଜଗତର ଆଉଜଣେ ଜଣାଶୁଣା ହାସ୍ୟ ଅଭିନେତା ଡୋଲାମଣି ଦାସଙ୍କର ବିୟୋଗ ଘଟିଛି । ତାଙ୍କ ସମ୍ବଲପୁରୀ କମେଡି ଫିଲ୍ମ ଯୋଗୁଁ ସେ ପଶ୍ଚିମ ଓଡ଼ିଶା ର ଘରେ ଘରେ ପରିଚିତ। ତାଙ୍କ ଅଭିନୟ ରେ ସେ ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରୁଥିଲେ। ଆଜି ସେ ସମସ୍ତଙ୍କ ଆଖି ରେ ଲୁହ ଦେଇ ଚାଲିଗଲେ ଆରପାରିକୁ। ରବିବାର ସନ୍ଧ୍ୟାରେ ତାଙ୍କର କୋଲାବିରା ବ୍ଲକ ଅନ୍ତର୍ଗତ ବେଲମୁଣ୍ଡା ଗାଁ ସ୍ଥିତ ବାସଭବନ ରେ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା ।

ଡୋଲାମଣି ୨୭ ସେପ୍ଟେମ୍ବର ୧୯୯୨ ମସିହାରେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ବେଲମୁଣ୍ଡା ଗାଁ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ହେଉଛି ନିଲାମ୍ଵର ଦାସ। ତାଙ୍କ ମାଁ ଙ୍କ ନାଁ ନଳୀନି ଦାସ। ତାଙ୍କ ମାଁ ମଧ୍ୟ ଜଣେ ପ୍ରସିଦ୍ଧ ପାଲା ଗାୟିକା। ଡୋଲାମଣି ନିଜର ପ୍ରାଥମିକ ଶିକ୍ଷା ମାଁ ମାଣିକେଶ୍ଵରୀ ଉଚ୍ଚବିଦ୍ୟାଳୟ ଗଡତୁମୁଲିଆରେ ସମ୍ପୂର୍ଣ୍ଣ କରି ଯୁକ୍ତ ଦୁଇରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ କୋଲାବିରାରେ ପଢିଥିଲେ। ତତ୍ ସଙ୍ଗେ ସଙ୍ଗେ ସେ ଉତ୍କଳ ବିଶ୍ଵବିଦ୍ୟାଳୟ ରେ ପାଠ୍ୟକ୍ରମ ଶେଷ କରିଥିଲେ। ସେ ତାଙ୍କ ବାଲ୍ୟ କାଳରୁ ହିଁ ଅଭିନୟରେ ରୁଚି ରଖିଥିଲେ। ଦଶମ ଶ୍ରେଣୀରେ ପଢିବା ବେଳୁ ହିଁ ସେ ସ୍କୁଲ ଡ୍ରାମାରେ ଅଭିନୟ କରିଥିଲେ। ସେ ସୁନ୍ଦରଗଡ଼ରେ ପଢିବା ସମୟରେ ତାଙ୍କର ଅଧ୍ୟାପକ ଥିଲେ ଡଃ କେଦାରନାଥ ପଟେଲ। ଯିଏକି ଜଣେ ପ୍ରସିଦ୍ଧ କମେଡିଆନ। ତାଙ୍କ ଗୁରୁ କେଦାର ପଟେଲ ତାଙ୍କୁ ଅଭିନୟରେ ବହୁତ ସହଯୋଗ କରିଥିଲେ। ଡୋଲାମଣି ତାଙ୍କ ଜୀବନ ରେ ବହୁତ ସଙ୍ଘର୍ଷ କରି ଏତିକି ସଫଳତା ହାସଲ କରିଛନ୍ତି।

୨୦୧୮ ମସିହାରେ ସେ ଖୋଲିଥିଲେ ଗୋଟିଏ ୟୁଟୁବ ଚ୍ୟାନେଲ। ଯାହାର ନାଁ ଥିଲା ମିଷ୍ଟର ଡୋଲୁ କମେଡ଼ି। ବର୍ତ୍ତମାନ ଏଥିରେ ୪ ଲକ୍ଷରୁ ବି ଅଧିକ ସବସ୍କ୍ରାଇବର ରହିଛନ୍ତି। ତାଙ୍କ ଅଭିନୀତ କେତେକ କମେଡି ମାନଙ୍କ ମଧ୍ୟରୁ ‘ଅନଲାଇନ ବାବା’ , ‘ଅନଲାଇନ ଭିକମଗା’, ‘ହଲିଆ ପିଲା’ , ‘ଗାଉଁଲିଆ ଷ୍ଟାଇଲ’ , ‘ସୁପର ବେଡା’ , ଏମିତି ଅନେକ କମେଡି ସୁପର ହିଟ୍ ହୋଇଥିଲା। ସେ ଜଣେ ଗରିବ ପରିବାର ରେ ଜନ୍ମ ନେଇଥିଲେ ବି ନିଜ କଳା ଦ୍ଵାରା ଆଜି ପଶ୍ଚିମ ଓଡ଼ିଶା ର ଘରେ ଘରେ ପରିଚିତ ହୋଇପାରିଛନ୍ତି। ଆଉ ନିଜ କମେଡି ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ମନ ଭିତରେ ରହିଛନ୍ତି। ସେ ସବୁ ବେଳେ ନିଜ କମେଡି ମାଧ୍ୟମରେ ସମାଜକୁ ଭଲ ଭଲ ବାର୍ତ୍ତା ଦେଇଛନ୍ତି। ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଲୋକେ ଏହି ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ!