Masthead

ମେ’ ପ୍ରଥମ ସପ୍ତାହରେ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସମଗ୍ର ବିଶ୍ୱକୁ ଅଥୟ କରିପାକାଉଛି । ପୂର୍ବପରି ସବୁକ୍ଷେତ୍ର ଧୀରେ ଧୀରେ ପ୍ରଭାବିତ ହେବାରେ ଲାଗିଛି । ପ୍ରତିଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ପ୍ରତିଷେଧକ ପାଇଁ ବିଶ୍ୱବାସୀ ଉଦ୍ୟମ ଚଳାଇଥିବା ବେଳେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଯୁଦ୍ଧ ଆଡକୁ ଗତି କରୁଛି । ଯଦି ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।

ରୁଷିଆର ପ୍ରତିରକ୍ଷା ବିଶେଷଜ୍ଞ ପାଭେଲ ଫେଲଗେନହର କହିଛନ୍ତି, ରୁଷ-ୟୁକ୍ରେନ୍ ସୀମାରେ ଉତ୍ତଜନା ଚରମସୀମାରେ ପହଞ୍ôଚଛି । ୮ହଜାର ସୈନ୍ୟଙ୍କୁ ରୁଷିଆ ସୀମାରେ ମୁତୟନ କରିଛି । ଏହା ସହ ଲଢୁଆ ଯୁଦ୍ଧ ବିମାନ ମଧ୍ୟ ସେଠାରେ ଠୁଳ କରିଛି । ଆମେରିକା ବୈଦେଶୀକ ମନ୍ତ୍ରୀ ଆଣ୍ଟୋନି ୱିଲକେନ୍ କହିଛନ୍ତି ଯୁଦ୍ଧପାଇଁ ରୁଷିଆ ୟୁକ୍ରେନକୁ ଉସୁକାଉଛି । ଯଦି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ପରିଣାମ ଭୟଙ୍କର ହେବ । ୟୁକେ-ରୁଷିଆ ସୀମାକୁ ୨ଟି ଯୁଦ୍ଧ ଜାହାଜ ପଠାଇବାକୁ ଆମେରିକା ତୁର୍କୀକୁ ଅନୁମତି ମାଗିଛି । ଦିନେ ଦସ୍ୱବଦିନ ମଧ୍ୟରେ ତୁର୍କୀ ଅନୁମତି ଦେଲେ ଆମେରିକା ଦୁଇଟି ଯୁଦ୍ଧ ଜାହାଜ ପଠାଇବ । ତେଣେ ୟୁକ୍ରେନକୁ ଆମେରିକା ସମେତ ଜର୍ମାନୀ, ତୁର୍କୀ, ଯୁକ୍ତରାଷ୍ଟ୍ର ଖୋଲାଖୋଲି ସମର୍ଥନ ଘୋଷଣା କରିଛନ୍ତି । ୟୁକ୍ରେନ୍ ପ୍ରସଙ୍ଗରେ ସଂଯମତା ଅବଲମ୍ବନ କରିବାକୁ ଆମେରିକାର ମିତ୍ରରାଷ୍ଟ୍ର ଜର୍ମାନୀ, ତୁର୍କୀ, ଯୁକ୍ତରାଷ୍ଟ୍ର ପ୍ରଭୃତି ରୁଷିଆକୁ ପରାମର୍ଶ ଦେଇଛନ୍ତି ।

ତେଣେ ସିରିଆ ଓ ଇସ୍ରାଏଲ୍ ମଧ୍ୟରେ ଦିନକୁ ଦିନ ବିବାଦ ଉଗ୍ର ହେବାରେ ଲାଗିଛି । ସିରିଆର ରାଜଧାନୀ ଦାମାସକସରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି । ଏଥିରେ ସିରିଆର ବହୁ କ୍ଷତି ହୋଇଛି । ପଡୋଶୀ ଲୋବାନନ ଉପର ଦେଇ ଇସ୍ରାଏଲ ସିରିଆରେ ମିସାଇଲ ମାଡ଼ କରିଛି ।

ଭାରତ ସହ ପାକିସ୍ତାନ ଓ ଚୀନର ଆଭିମୁଖ୍ୟ ବେଳକୁ ବେଳ ବଦଳିବାରେ ଲାଗିଛି । ଚୀନ୍ ତା’ର ମିତ୍ର ରାଷ୍ଟ୍ର ପାକିସ୍ତାନ ସହ ମିଶି ଭାରତ ବିରୋଧରେ ଷଡଯନ୍ତ୍ର ଚଳାଇଥିବାରୁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଦିନକୁ ଦିନ ବଢିବାରେ ଲାଗିଛି । ଯଦି ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରେ ତେବେ ମେ’ ପ୍ରଥମ ସପ୍ତାହରେ ତୃତୀୟ ବିଶ୍ୱଯୁଦ୍ଧ ଅବଶ୍ୟମ୍ଭାବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI