Masthead

୫ଜି ଟେକ୍ନୋଲୋଜିକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ମୋବାଇଲ ଫୋନର ୫-ଜି ଟେକ୍ନୋଲୋଜି ବିରୋଧରେ ସୋମବାର ଦିଲ୍ଲୀ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ସେ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚି ନାଗରିକ, ପ୍ରାଣୀ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ରେଡିଓ ଫ୍ରିକ୍ୱେନ୍ସିର ପ୍ରଭାବ ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ । ଗତ କିଛି ବର୍ଷରୁ ମୋବାଇଲ ଫୋନର ୫ଜି ଟେକ୍ନୋଲୋଜିକୁ ନେଇ ଚିନ୍ତା ପ୍ରକଟ କରିଆସୁଛନ୍ତି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ।

ଲୋକଙ୍କ ସ୍ବାସ୍ଥ୍ୟ ଉପରେ ରେଡିଓ ଫ୍ରିକ୍ୱେନ୍ସିର ସମ୍ଭାବିତ ହାନିକାରକ ପ୍ରଭାବ ବିଶ୍ଳେଷଣ ନକରି ୫ଜି ଲାଗୁ କରିବା ଉଚିତ ନୁହେଁ ବୋଲି ଜୁହି କହିଛନ୍ତି । ଭାରତରେ ଏହାକୁ କାର୍ଯ୍ୟକାରୀ କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବାକୁ ଆବେଦନ କରିଛନ୍ତି ଜୁହି । ଜୁହି ଚାୱଲା ରେଡିଏସନ ବିରୋଧରେ ସଚେତନତା ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି । ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ର ୫ଜି କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ସମୟରେ ଜୁହି ପ୍ରଶ୍ନ କରିଛନ୍ତି ଯେ ଏହି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ କ’ଣ ମହତ୍ବପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ