Masthead

ଟିକା ଅଭାବ ଅଭିଯୋଗକୁ କେନ୍ଦ୍ର ଖଣ୍ଡନ କରି ଦେଲା ବିସ୍ତୃତ ତଥ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ହୋଇଛି ଟିକା । ତେବେ ଦେଶରେ କିନ୍ତୁ ଟିକାର ଘୋର ଅଭାବ ଦେଖାଦେଇଛି । ଟିକାକରଣକୁ ବ୍ୟାପକ କରାଇବାକୁ ବହୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରିଂ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ କେବଳ କେନ୍ଦ୍ର ସରକାରଙ୍କୁ ଟିକା ଦେବେ ବୋଲି ସିଧାସଳଖ ଶୁଣାଇ ଦେଇଛନ୍ତି ବିଦେଶ କମ୍ପାନୀ । ତେବେ ଟିକାର ଅଭାବ ଥିବା ମଧ୍ୟ ଅନେକ ରାଜ୍ୟ ଅଭିଯୋଗ କରିଛନ୍ତି । ବହୁ ରାଜ୍ୟରେ ୧୮ରୁ ୪୪ ବୟସବର୍ଗଙ୍କ ଟିକାକରଣକୁ ମଧ୍ୟ ବନ୍ଦ କରାଯାଇଛି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟିକା ରହିଛି । ଏନେଇ ଏକ ରିପୋର୍ଟ ମଧ୍ୟ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧.୫୭ କୋଟିରୁ ଅଧିକ ଟିକା ରହିଛି ।

ସେହିପରି କେନ୍ଦ୍ର ଏପର୍ୟ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୨୩ କୋଟିରୁ ଅଧିକ ଟିକା ପ୍ରଦାନ କରିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ୟ୍ୟନ୍ତ ୧ କୋଟି ୫୭ ଲକ୍ଷ ୭୪ ହଜାର ୭୪୧ ଡୋଜ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ୟ୍ୟନ୍ତ ସାରା ଦେଶରେ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଡୋଜ କରୋନା ଟିକା ଲୋକ ନେଇସାରିଲେଣି । ଏଥିମଧ୍ୟରୁ ୧୭.୧୨ କୋଟି ଲୋକ ପ୍ରଥମ ଡୋଜ ଟିକା ଗ୍ରହଣ କରିଥିବାବେଳେ ୪.୪୮ କୋଟି ସେକେଣ୍ଡ ଡୋଜ ମଧ୍ୟ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି