Masthead

ବଡ଼ ଖବର ପାଇଁ ସାଧାରଣ ମଣିଷଙ୍କ ବଢ଼ୁଛି ବିଶ୍ୱାସ: ଆମେ କୃତଜ୍ଞ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ଦୁର୍ଗମ ଅଞ୍ଚଳରେ ବଡ଼ ଖବର । ବହୁ କମ ଦିନ ମଧ୍ୟରେ ଆମର ଉତ୍ପତ୍ତି ହୋଇଛି । କୌଣସି ପୁଞ୍ଜିପତି କିମ୍ବା ରାଜନେତାଙ୍କ ପାଇଁ ନୁହେଁ ନିରପେକ୍ଷ ହୋଇ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆମେ ପ୍ରତିବଦ୍ଧ । ସେଥିପାଇଁ ତ ଏତେ କମ ସମୟ ମଧ୍ୟରେ ଆମକୁ ଆପଣେଇ ସାରିଲେଣି ଜନତା । ଲୋକଙ୍କ ଚ୍ୟାନେଲ ବଡ଼ ଖବରକୁ ରାଜ୍ୟର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଦେଖୁଛନ୍ତି । ଲୋକଙ୍କ ସ୍ୱର ହୋଇ ବଡ଼ ଖବର କାମ କରୁଥିବାରୁ ସାଧାରଣ ଲୋକଙ୍କର ବଡ଼ ଖବର ପ୍ରତି ବିଶ୍ୱାସ ବଢ଼ୁଛି । କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଲାଗି ରହିଥିବା ଆଦିବାସୀ ଗାଁରେ ଲୋକମାନେ ଦେଖୁଛନ୍ତି ବଡ଼ ଖବର । ସେମାନଙ୍କ ବିଶ୍ୱାସ ବଡ଼ ଖବର ହିଁ ସେମାନଙ୍କ ସୁଖ ଦୁଃଖର ସାଥୀ । ସରକାରଙ୍କ ପାଖରେ ସେମାନଙ୍କ ଦାବି ପହଞ୍ଚାଇବା ପାଇଁ ଓଡ଼ିଶାରେ ବଡ଼ ଖବର ଏକମାତ୍ର ଚ୍ୟାନେଲ । ସେମାନଙ୍କ ବିଷୟରେ ଟିକନିକ ଖବର ଦେଖାଇବ ଓ କହିବ ଓଡ଼ିଶାର ଏକମାତ୍ର ନିରପେକ୍ଷ ୨୪ଘଣ୍ଟିଆ ସାଟେଲାଇଟ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବର ।

ଫୁଲବାଣୀ ସହରଠାରୁ ୧୬୦ କିଲୋମିଟର ଦୂର ବେଲଘର ବ୍ଲକର ଗୁମା ପଞ୍ଚାୟତରେ ବସବାସ କରୁଥିବା କୁଟିଆ କନ୍ଧବହୁଳ ପେଡମ, ନୂଆମୁଣ୍ଡା, ପୁକୁର, କ୍ରାନଯା ଏହିପରି ୮ ୧୦ଟି ଆଦିବାସୀ ଗାଁରୁ ଖବର ସଂଗ୍ରହ ପାଇଁ ଯାଇଥିଲେ ବଡ଼ ଖବର ପ୍ରତିନିଧି ବଡ଼ ଖବର ପ୍ରତିନିଧିଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଯେତିକି ଆନନ୍ଦ ଥିଲା ଏପରି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଲୋକମାନେ ବନ ଖବର ଦେଖୁଥିବା ଦେଖି ପ୍ରତିନିଧି ମଧ୍ୟ ବହୁ ଖୁସି ହୋଇ ଯାଇଥିଲେ । ଏପରି ଦୁର୍ଗମ ଅଞ୍ଚଳରେ ଲୋକମାନେ ନିରପେକ୍ଷତା କ’ଣ ବୁଝୁଛନ୍ତି । ସତ ଖବର କ’ଣ ଜାଣୁଛନ୍ତି । କାହାରି ଚାପରେ ନଆସି ବଡ଼ ଖବର ସେମାନଙ୍କ କଥାକୁ ପ୍ରସାରଣ କରୁଥିବାରୁ ସେମାନଙ୍କ ବିଶ୍ୱାସ ବଢ଼ିଛି । ଆଉ ଏହି ବିଶ୍ୱାସ ପାଇଁ ବଡ଼ ଖବରର ପ୍ରତିଟି ପ୍ରୋଗ୍ରାମକୁ ପରିବାର ଜନଙ୍କ ସହ ବସି ଦେଖୁଛନ୍ତି । ତେବେ ଏତେ କମ ସମୟ ମଧ୍ୟରେ ବଡ଼ ଖବରକୁ ସାଧାରଣ ଲୋକ ଏତେ ଭଲ ପାଇବା ଓ ବିଶ୍ୱାସ କରୁଥିବାରୁ ସେମାନଙ୍କ ପ୍ରତି ଆମେ କୃତଜ୍ଞ । ଆପଣଙ୍କ ପ୍ରତିଟି ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ଲୋକଙ୍କ ଚ୍ୟାନେଲ ବଡ଼ ଖବରର ଏହି ପ୍ରଚେଷ୍ଟା ଜାରି ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର