Masthead

ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀଙ୍କୁ ହତ୍ୟା

ଉଦଳା (ବଡ଼ ଖବର ବ୍ୟୁରୋ): ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ । ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀଙ୍କୁ ବାଡେଇ ବାଡେଇ ମାରିଦେଲେ । ଗାଡି ସାଇଡ ମାରିବା ସମୟରେ ଇଣ୍ଡିକେଟର ଦେଇ ନ ଥିବାରୁ ଶ୍ୱଶୁର ଘର ଆଗରେ ଅତି ନିର୍ଦ୍ଦୟ ଭାବେ  ବିଜେପି ନେତାଙ୍କୁ ବାଡେଇ ବାଡେଇ ମାରିଦେଲେ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଞ୍ଚଳରେ । ଶନିବାର ବିଳମ୍ବିତ ରାତିରେ ବିଜେପିର ଯୁବମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ ଶ୍ୱଶୁର ଘର କପ୍ତିପଦା ଥାନା ନୂଆସାହି ଅଞ୍ଚଳକୁ ଆସିଥିଲେ ।

ଶ୍ୱଶୁର ଘର ସମ୍ମୁଖରେ ରାସ୍ତାର ଗୋଟିଏ ପାଖରୁ ଅନ୍ୟ ପାଖକୁ ନେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଚାରିଜଣ ଯୁବକ ଦୁଇଟି ବାଇକରେ ଆସି ହଠାତ୍ କାରକୁ ଅଟକାଇ ଥିଲେ । ଗାଡିରେ ଇଣ୍ଡିକେଟର ନ ମାରି କାଟିଥିବାରୁ କାର ଭିତରୁ ରଞ୍ଜିତଙ୍କୁ ଘୋଷାରି ଆଣି ଅତି ନିର୍ଦ୍ଦୟ ଭାବେ ବାଡେଇଥିଲେ । ରଞ୍ଜିତ ଚେତାଶୂନ୍ୟ ହୋଇପଡିବାରୁ ଚାରିଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଶ୍ୱଶୁର ଘର ଲୋକେ ରଞ୍ଜିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ