Masthead

ଦିଲ୍ଲୀବାସୀଙ୍କୁ କେନ୍ଦ୍ରସରକାର ଉପେକ୍ଷା କରିଛନ୍ତି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଦିଲ୍ଲୀବାସୀଙ୍କ ସ୍ୱାର୍ଥକୁ କେନ୍ଦ୍ର ସରକାର ଉପେକ୍ଷା କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି । ଦୀର୍ଘ ୧୨ ମିନିଟ୍ ପର୍ଯ୍ୟନ୍ତ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କେଜ୍ରିୱାଲ ସରକାରଙ୍କ ଡୋର ଟୁ ଡୋର ରାସନ୍ ଯୋଜନା ଉପରେ କେନ୍ଦ୍ର ସରକାର ରୋକ୍ ଲାଗାଇବା ପରେ ବିବାଦ ଉଗ୍ର ହେବାରେ ଲାଗିଛି । ଦିଲ୍ଲୀ ସରକାର ଡୋର ଟୁ ଡୋର ରାସନ୍ ପହଞ୍ଚାଇବା ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନେଇ ନାହାନ୍ତି । ବିନା ଅନୁମୋଦରେ କେଜ୍ରିୱାଲ ସରକାର ଡୋର ଟୁ ଡୋର ରାସନ୍ ପହଞ୍ଚାଇ ପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । କରୋନା କାଳରେ ଦିଲ୍ଲୀର ୭୨ଲକ୍ଷ ପରିବାର ପାଖରେ ରାସନ ପହଞ୍ଚାଇବା ପାଇଁ କେଜ୍ରିୱାଲ ସରକାର ଯୋଜନା କରିଥିଲେ । ଏକ ସପ୍ତାହ ପରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥାନ୍ତା । ଏଥିପାଇଁ କେଜ୍ରିୱାଲ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଏହି ଯୋଜନା ବନ୍ଦ କରିବାକୁ କେନ୍ଦ୍ର ଦିଲ୍ଲୀ ସରକାରଙ୍କୁ ଦିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀର ଲୋକଙ୍କୁ କଳାବଜାରୀଙ୍କଠାରୁ ରକ୍ଷା କରିବା ଓ କରୋନା କାଳରେ ଲୋକେ ଘରେ ବସି ଆବଶ୍ୟକ ସମସ୍ତ ସାମଗ୍ରୀ ଯେପରି ପାଇପାରିବେ ସେଥିପାଇଁ ସରକାର ଯୋଜନା କରିଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବଜାରରେ ଭିଡ଼ କମିଥାନ୍ତା । କରୋନା ସଂକ୍ରମଣ ଚେନ୍ ଭାଙ୍ଗିଥାନ୍ତା । କିନ୍ତୁ କେନ୍ଦ୍ର ଅଙ୍କୁଶ ଲଗାଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ଉପରେ ଖପ୍ପା ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କେଜ୍ରିୱାଲଙ୍କୁ କଡ଼ା ସମାଲୋଚନନା କରିଛନ୍ତି । ସେ କହିଛନ୍ତି କେଜ୍ରିୱାଲ ଡ୍ରାମା କରୁଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଡୋର ଟୁ ଡୋର ରାସନ୍ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ । ଲୋକଙ୍କ ସେବା କରିବା ପାଇଁ ଆପ୍କୁ ଦିଲ୍ଲୀବାସୀ ସୁଯୋଗ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି