Masthead

ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆରମ୍ବ ହୋଇଛି ଅନଲକ୍ ପ୍ରକ୍ରିୟା

ମୁମ୍ବାଇ/ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂକ୍ରମଣ ହ୍ରାସ ନେଇ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆରମ୍ବ ହୋଇଛି ଅନଲକ୍ ପ୍ରକ୍ରିୟା । ଦିଲ୍ଲୀ ପଜିଟିଭିଟି ହାର ଏକ ପ୍ରତିଶତରୁ କମ୍ ହୋଇ ଆସିଲାଣି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଆଜିଠାରୁ ଦିଲ୍ଲୀରେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ ଅଡ-ଇଭନ ଫର୍ମୁଲାରେ ମଲ୍ ଓ ମାର୍କେଟ୍ ଆଦି ଖୋଲିବ । ଦିଲ୍ଲୀରେ ୫୦୦ତଳକୁ ରହୁଛି ଦୈନିକ ସଂକ୍ରମଣ । ସକାଳ ୧୦ଟାରୁ ରାତି ୮ଟା ଯାଏଁ ଖୋଲିବ ଦୋକାନ ଓ ମଲ୍ । ୫୦ ପ୍ରତିିଶତ କ୍ଷମତାରେ ଚାଲିବ ମେଟ୍ରୋ ସେବା । ସମସ୍ତ ଗ୍ରୁପ୍ ୧ ସରକାରୀ ଅଫିସ ୧୦୦ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟ ଗ୍ରୁପ୍ ସରକାରୀ ଅଫିସ ଅଧା କର୍ମଚାରୀରେ କାମ କରିବ । ସବୁ ଦିନ ଖୋଲା ରହିବ ଜରୁରୀ ସାମଗ୍ରୀ ଦୋକାନ ।

ଗଳିରେ ଥିବା ଦୋକାନ ଓ ଏକାକୀ ଥିବା ଦୋକାନ ସବୁଦିନ ଖୋଲିବ । ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ନିରୀକ୍ଷଣ କରିବେ ଦିଲ୍ଲୀ ସରକାର । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ କଟକଣା କୋହଳ କରିବାକୁ ଉଦ୍ଧବ ଠାକରେଙ୍କ ସରକାର ନିଷ୍ପତି ନେଇଛନ୍ତି । ଏଥିପାଇଁ ପଂଚସୁତ୍ରୀ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି । କୌଣସି ଅଂଚଳରେ ସଂକ୍ରମଣ ସଂଖ୍ୟା, ପଜିଟିଭିଟି ହାର, ହସ୍ପିଟାଲ ଗୁଡିକରେ ଅକ୍ସିଡେନ୍ ବେଡ ସଂଖ୍ୟା କେତେ ପୂରଣ ରହିଛି , ଏହାର ଯାଂଚ କରିବା ପରେ , କଟକଣା କୋହଳ ନେଇ ନିଆଯିବ ନିଷ୍ପତି । ସଂପୃକ୍ତ ଅଂଚଳର ପ୍ରଶାସନିକ ଅଧିକାରୀ ସେହି ଅଂଚଳର କଟକଣା କୋହଳ ନେଇ ନିଷ୍ପତି ନେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ