Masthead

ପାକିସ୍ତାନରେ ଟ୍ରେନ ଦୁର୍ଘଟଣା, ୩୦ରୁ ଅଧିକ ମୃତ

(ବଡ଼ ଖବର ବ୍ୟୁରୋ): ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଘଟିଛି ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହର ପାଖରେ । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ ସହ ମୁହାଁମୁହିଁ ଦୁର୍ଘଟଣା ହୋଇଛି ।

ଉଭୟ ଟ୍ରେନ ଏବେ ରେଳ ଧାରଣା ଉପରେ ପଡ଼ିରହିଛି । ତେବେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଆହତ ଲୋକଙ୍କୁ ଉଦ୍ଧାର କରିଛନ୍ତି । କରୋନା ମହାମାରୀ ପାଇଁ ଟ୍ରେନରେ ଯାତ୍ରୀ ସଂଖ୍ୟା ଅଧିକ ନଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ, ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ଏବେ ସାଧାରଣା ଘଟଣା ପାଲଟି ଯାଇଛି। ଦୁର୍ବଳ ସିଗନାଲ ବ୍ୟବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ସୂଚନା ରହିଛି। ସେଠିକାର ସରକାର ସିଗନାଲକୁ ସଜାଡିବା ଉପରେ ଗୁରୁତ୍ୱ ଦେଉନଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା