Masthead

ଆମ୍ବର ମୂଲ୍ୟ ୫୦୦ରୁ ୧୦୦୦ ଟଙ୍କା, ଜାଣନ୍ତୁ କେଉଁଠି ମିଳୁଛି

ଇନ୍ଦୋର(ବଡ଼ ଖବର ବ୍ୟୁରୋ): ଆମ୍ବର ମୂଲ୍ୟ ୫୦୦ରୁ ୧୦୦୦ ଟଙ୍କା । ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲାରେ ଉତ୍ପାଦନ ହେଉଥିବା ଆମ୍ବ ଗୋଟିକର ମୂଲ୍ୟ ହେଉଛି ୫୦୦ରୁ ୧୦୦୦ଟଙ୍କା । ଏହି ଆମ୍ବର ନାଁ ହେଉଛି ‘ନୂରଜହାଁ’ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହି ଆମ୍ବର ଗୁଣ, ସଂଖ୍ୟା, ଆକାର ଏବଂ ମୂଲ୍ୟରେ ବହୁ ଅଗ୍ରଗତି ଦେଖା ଦେଇଛି । ଏହାର ଜଣେ ଚାଷୀ କହିଛନ୍ତି ଯେ, ଚଳିତବର୍ଷ ପାଗଯୋଗ ଅନୁକୂଳ ରହିଥିବାରୁ ଏହାର ଉତ୍ପାଦନ ଭଲ ହେଉଛି । ଏହାକୁ ଏବେ ଗୋଟିକ ୫୦୦ରୁ ୧୦୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହି ଆମ୍ବ ଉତ୍ପତ୍ତି ହେଉଛି ଅଫଗାନିସ୍ଥାନରେ । ‘ସମ୍ପ୍ରତି ତାହା କେବଳ ଇନ୍ଦୋର୍‌ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂର ଗୁଜରାଟ ସୀମାନ୍ତକୁ ଲାଗିଥିବା ଅଲିରାଜପୁର ଜିଲ୍ଲାର କାଠିୱାଡ଼ା ଅଞ୍ଚଳରେ ଚାଷ ହେଉଛି। କାଠିୱାଡ଼ାର ଆମ୍ବଚାଷୀ ଶିବରାଜ ସିଂହ ଯାଦବ ଗଣମାଧ୍ୟମକୁ କହିଛନ୍ତି, ମୋ ତୋଟାରେ ଥିବା ତିନୋଟି ‘ନୂର୍‌ଜହାଁ’ ଆମ୍ବଗଛରୁ ୨୫୦ଟି ଆମ୍ବ ଫଳିଛି।

ଉକ୍ତ ଆମ୍ବର ଗୋଟିକପିଛା ଦର ୫୦୦ ରୁ ୧୦୦୦ ଟଙ୍କା ରଖାଯାଇଥିଲେ ବି ସବୁଗୁଡ଼ିକ ପାଇଁ ମୁଁ ବରାଦ ପାଇସାରିଛି। ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଗୁଜରାଟର ଫଳରସିକମାନେ ଏହି ‘ନୂରଜହାଁ’ ଆମ୍ବ ପାଇଁ ଆଗତା ବହିନା ଦେଇ ସାରିଛନ୍ତି। ଏଥର ଫଳିଥିବା ‘ନୂରଜହାଁ’ ଆମ୍ବ ଗୋଟିକର ଓଜନ ୨ କିଲୋରୁ ୩.୫ କିଲୋ ମଧ୍ୟରେ ରହିଛି। ଇଶାକକ୍ ମନସୂରୀ ନାମରେ କାଠିୱାଡ଼ାର ଆଉ ଜଣେ ପ୍ରବୀଣ ‘ନୂରଜହାଁ’ ଚାଷୀ କହନ୍ତି, ଏଥର ଭଲ ଆମ୍ବ ଫଳିଛି କିନ୍ତୁ, କୋଭିଡ୍‌-୧୯ ମହାମାରୀ ଯୋଗୁଁ ବେପାର ମାନ୍ଦା ଧରିଯାଇଛି। ଗତବର୍ଷ ପାଗଯୋଗ ପ୍ରତିକୂଳ ହେବାରୁ ‘ନୂରଜହାଁ’ ଗଛରେ ଠିକ୍ ଭାବେ ବଉଳ ଧରି ନ ଥିଲା। ସୂଚନାଯୋଗ୍ୟ, ଜାନୁଆରି-ଫେବ୍ରୁଆରିରେ ବଉଳୁଥିବା ‘ନୂର୍‌ଜହାଁ’ ଆମ୍ବଗଛରେ ଜୁନ୍ ଆରମ୍ଭ ବେଳକୁ ଫଳ ତୋଳାଯାଏ। ଗୋଟିଏ ‘ନୂରଜହାଁ’ ଆମ୍ବ ଲମ୍ବାରେ ୧ଫୁଟ୍‌ ପର୍ୟ୍ୟନ୍ତ ବଢ଼ିପାରେ। ଆଉ ଏହି ଆମ୍ବରେ ଥିବା ଟାକୁଆର ଓଜନ ହେଉଛି ୧୫୦ ରୁ ୨୦୦ ଗ୍ରାମ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା