Masthead

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶବାସୀଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ଦେଶର ସମସ୍ତ ଜନସାଧାରଣଙ୍କୁ ମିଳିବ ମାଗଣା ଟିକା । ୧୮ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା । ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୋଦି । ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । ସମସ୍ତ ଟିକା କେନ୍ଦ୍ର ଯୋଗାଇବ । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଘରୋଇ ହସ୍ପିଟାଲରେ ଟିକାର ସର୍ବାଧିକ ମୂଳ୍ୟ ୧୫୦ଟଙ୍କା ରହିଛି । ଘରୋଇ ହସ୍ପିଟାଲରେ ଟିକାକରଣ ଉପରେ ରାଜ୍ୟ ସରକାରମାନେ ନଜର ରଖିବେ । ତେବେ ପୂର୍ବରୁ କେନ୍ଦ୍ର ଦେଉଥିବା ଟୀକାର ୨୫ ପ୍ରତିଶତ ରାଜ୍ୟ ନିଜ ଆବଶ୍ୟକତା ଅନୁସାରେ ଟିକାକରଣ କରୁଥିଲା । ଏବେ କେନ୍ଦ୍ର ସବୁ ଟିକାର ଦାୟିତ୍ୱ ନେଲା ।

ଏହା ସହ ମୋଦୀ କହିଛନ୍ତି ଯେ ଦ୍ୱିତୀୟ ଲହରରେ ଆମେ ଆମର ସମ୍ପର୍କୀୟଙ୍କୁ ହରାଇଛୁ । ଯେଉଁମାନେ ନିଜ ପରିବାର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ସହ ଅଛି । ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ ମହାମାରୀ । ଆମେ ପୂର୍ବରୁ ଏଭଳି ମହାମାରୀର ସାମ୍ନା କରି ନଥିଲୁ । ଅଦୃଶ୍ୟ ମହାମାରୀ ସହ ଲଢେଇ ପାଇଁ କୋଭିଡ ନିୟମ ବଡ ଅସ୍ତ୍ର । ମାସ୍କ, ସାମାଜିକ ଦୂରତା ସହ ଟିକା ବଡ ବ୍ରହ୍ମାସ୍ତ୍ର । ଆଗରୁ ବିଦେଶରୁ ଭ୍ୟାକ୍ସିନ ଆସିବାକୁ ସମୟ ଲାଗୁଥିଲା । ମାତ୍ର ଏବେ ଆମେ ନିଜେ ନିଜ ଭ୍ୟାକ୍ସିନରେ ପ୍ରାଥମିକ ସ୍ତରରେ କରୋନା ସହ ଲଢୁଛୁ ଜ୍ଝ ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ ତେବେ ଏବେ ଟିକାକରଣ ଆରମ୍ଭ ହୋଇନଥାନ୍ତା । ଆମ ଦେଶର ବୈଜ୍ଞାନିକମାନେ ଦେଖାଇ ଦେଲେ ଭାରତ ବି ବଡ ବଡ ଦେଶଠୁ କିଛି କମ ନୁହେଁ ଜ୍ଝ ଆମ ବୈଜ୍ଞାନିକଙ୍କ ଉପରେ ଆମର ବିଶ୍ୱାସ ଥିଲା । ସେହି ବିଶ୍ୱାସ ହିଁ ସିଦ୍ଧିରେ ପରିଣତ ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ