ସମୀରଙ୍କୁ ନୱାବଙ୍କ ପ୍ରଶ୍ନ, ଶାଳୀ ଡ୍ରଗ୍ସ ବ୍ୟବସାୟରେ ସମ୍ପୃକ୍ତ କି?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆର୍ୟନ ଖାନ ଡ୍ରଗ୍ସ ମାମଲା ପରେ ଏନସିପି ଓ ଏନସିବି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଏନସିବି ଜୋନାଲ ହେଡ ସମୀର ୱାଙ୍ଖଡେଙ୍କ ନାଁରେ ଦିନକୁ ଦିନ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି ଏନସିପି ନେତା ନୱାବ ମଲ୍ଲିକ । ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଆଜି ପୁଣି ଥରେ ସମୀର ୱାଙ୍ଖଡେଙ୍କୁ ମସାଲୋଚନା କରିବା ସହ ତାଙ୍କ ଶାଳୀ ହର୍ଷଦା ଦୀନାନାଥଙ୍କ ରେଡକର ଡ୍ରଗ୍ସ ମାମଲାକୁ ନେଇ ପ୍ରଶ୍ନ କରିଛନ୍ତି ନୱାବ ।

ଏହାଛଡ଼ା ସେ ଆହୁରି କହିଛନ୍ତି ଯେ, ତାଙ୍କ ମାମଲା ବିଚାରାଧୀନ ରହିଛି । ତେଣୁ ଏହାର ଉତ୍ତର ସମୀର ୱାଙ୍ଖଡେଙ୍କୁ ଦେବା ଉଚିତ । ନୱାବ ମଲ୍ଲିକ ଟ୍ୱିଟ କରି କିଛି ସ୍କ୍ରିନ ସଟ ମଧ୍ୟ ଅପଲୋଡ କରିଛନ୍ତି । ପ୍ରମାଣସ୍ୱରୂପ ନୱାବ ମଲିକ୍ ‘ପ୍ରିଭେନ୍‌ସନ୍‌ ଅଫ୍ ଇଲିସିଟ୍‌ ଟ୍ରାଫିକ୍‌ ଇନ୍‌ ନାକ୍ରୋଟିକ୍‌ ଡ୍ରଗ୍ସ୍‌ ଆଣ୍ଡ୍‌ ସାଇକୋଟ୍ରଫିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆକ୍ଟ୍‌’ରେ ୨୦୦୮ର ଏକ ମାମଲାରେ ହର୍ଷଦା ଦୀନାନାଥ ରେଡ୍‌କର୍‌ଙ୍କୁ ‘ରେସ୍‌ପଣ୍ଡେଣ୍ଟ୍ ଆଣ୍ଡ୍‌ ଆଡ୍‌ଭୋକେଟ୍‌’ରେ ତାଲିକାଭୁକ୍ତ କରାଯାଇଥିବା ଦର୍ଶାଇଛନ୍ତି।

ସେପଟେ ଏ ସଂକ୍ରାନ୍ତରେ ଉତ୍ତର ଦେଇ ଗଣମାଧ୍ୟମକୁ ସମୀର କହିଛନ୍ତି, ୨୦୦୮ ଜାନୁଆରିରେ ଏ ଘଟଣା ଘଟିଥିଲା। ସେତେବେଳେ ମୁଁ ଚାକିରି କରି ନ ଥିଲେ। ୨୦୧୭ରେ ମୁଁ କ୍ରାନ୍ତି ରେଡ୍‌କର୍‌ଙ୍କୁ ବିବାହ କରିଥିଲି। ତେଣୁ ମୁଁ କେମିତି ଉକ୍ତ ମାମଲା ସହ ସମ୍ପୃକ୍ତ ହେଲି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ସୂଚନା ମୁତାବକ, ନୱାବ ମଲିକ କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ ମାମଲାକୁ ଆରମ୍ଭରୁ ନକଲି ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଲଗାତର ଘେରିଛନ୍ତି। ଏହି ସମୟରେ ସମୀର ୱାଙ୍ଖଡେଙ୍କ ବାପା ମଧ୍ୟ ନୱାବ ମଲିକଙ୍କ ବାପାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ସମୀରଙ୍କ ବାପା ଅଭିଯୋଗ କରିଛନ୍ତି ଯେ ନୱାବ ଗଣମାଧ୍ୟମରେ ତାଙ୍କ ପରିବାର ବିଷୟରେ ଭୁଲ କଥା କହିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ନୱାବ ମଲିକଙ୍କ ଭିତ୍ତିହୀନ ଅଭିଯୋଗ ହେତୁ ସମୀରଙ୍କ ଭଉଣୀ ଯାସ୍ମିନଙ୍କ କ୍ୟାରିୟର ନଷ୍ଟ ହୋଇଯାଇଛି। ଯାସ୍ମିନ ପେଶାରେ ଜଣେ ଓକିଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ