ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କମୁଛି ସଂକ୍ରମଣ । ଗତକାଲି ୬ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୫ହଜାର ୮୯୬ରେ ପହଞ୍ଚିଛି । ସେଥିମଧ୍ୟରୁ ୩୩୩୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୫୬୪। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୩ ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୩୮୫, ବାଲେଶ୍ୱରରୁ ୩୭୩, ଭଦ୍ରକରୁ ୩୭୦, କଟକରୁ ୩୪୯ ଓ ଢେଙ୍କାନାଳରୁ ୩୦୬ ଜଣ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୯୯ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୭୭, ବୌଦ୍ଧରୁ ୭୩, ଦେବଗଡ଼ରୁ ୨୨।
ଗଜପତିରୁ ୪୪, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୨୩୨, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୨୩୫, କେନ୍ଦୁଝରରୁ ୧୩୦, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬, ମୟୂରଭଞ୍ଜରୁ ୨୬୧, ନବରଙ୍ଗପୁରରୁ ୧୭୪, ନୟାଗଡ଼ରୁ ୧୭୭, ନୂଆପଡ଼ାରୁ ୩୭, ପୁରୀରୁ ୨୪୧, ରାୟଗଡ଼ାରୁ ୧୬୬, ସମ୍ବଲପୁରରୁ ୯୨, ସୋନପୁରରୁ ୭୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାର ୧୧୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୪୭ ହଜାର ୮୦୫ ଜଣ ସୁସ୍ଥ ହୋଇସାରିଛନ୍ତି। ୭୪ ହଜାର ୧୭୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।