Masthead

ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏସଆର୍ ମହାରାଜ ଭାରତରୁ ନନ୍-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର୍ କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ଆଡଭାନ୍ସ ଦେଇଥିଲେ। ସେଥିରୁ ତାଙ୍କୁ ଲାଭର ଏକ ଅଂଶ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା ।

ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଙ୍ଗତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ୍ କର୍ମଶିଆଲ୍ କ୍ରାଇମ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ଖାରଜ କରିଛନ୍ତି କୋର୍ଟ। ତେବେ ୨୦୧୫ରେ ଯେତେବେଳେ ଲତା ରାମଗୋବିନଙ୍କ ବିରୋଧରେ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା, ସେତେବେଳେ ନ୍ୟାଶନାଲ୍ ପ୍ରୋସିକ୍ୟୁଟିଙ୍ଗ୍ ଅଫରିଟି ବ୍ରିଗେଡିୟର୍ ହାଙ୍ଗୱାନୀ ମୁଲାଉଦଜ କହିଥିଲେ ଯେ ସମ୍ଭାବ୍ୟ ନିବେଶକଙ୍କୁ ମନାଇବା ପାଇଁ ସେ କଥିତ ଭାବେ ଫର୍ଜି ଚାଲାଣ ଓ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି