ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏସଆର୍ ମହାରାଜ ଭାରତରୁ ନନ୍-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର୍ କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ଆଡଭାନ୍ସ ଦେଇଥିଲେ। ସେଥିରୁ ତାଙ୍କୁ ଲାଭର ଏକ ଅଂଶ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା ।

ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଙ୍ଗତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ୍ କର୍ମଶିଆଲ୍ କ୍ରାଇମ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ଖାରଜ କରିଛନ୍ତି କୋର୍ଟ। ତେବେ ୨୦୧୫ରେ ଯେତେବେଳେ ଲତା ରାମଗୋବିନଙ୍କ ବିରୋଧରେ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା, ସେତେବେଳେ ନ୍ୟାଶନାଲ୍ ପ୍ରୋସିକ୍ୟୁଟିଙ୍ଗ୍ ଅଫରିଟି ବ୍ରିଗେଡିୟର୍ ହାଙ୍ଗୱାନୀ ମୁଲାଉଦଜ କହିଥିଲେ ଯେ ସମ୍ଭାବ୍ୟ ନିବେଶକଙ୍କୁ ମନାଇବା ପାଇଁ ସେ କଥିତ ଭାବେ ଫର୍ଜି ଚାଲାଣ ଓ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’