Masthead

ଜାଣନ୍ତୁ ମାଗଣା ଟିକାକରଣରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ୧୮ରୁ  ଅଧିକ ବୟସବର୍ଗଙ୍କର ମାଗଣାରେ ହେବ ଟିକା କରଣ । ଏନେଇ ସୋମବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ମଧ୍ୟ କରିବାକୁ ପଡ଼ିବ । ତେବେ ୟୁବିଏସ ସିକ୍ୟୁରିଟିଜ ଏନେଇ ଏକ ରିପୋର୍ଟ ତଲବ କରିଛି । ଏହି ରିପୋର୍ଟ ଅନୁସାରେ ମୋଟ ୪୦ରୁ ୪୫ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ମାଗଣା ଟିକାକରଣ ପାଇଁ ବ୍ୟୟ କରିବାକୁ ପଡ଼ିବ । ବଜେଟରେ ଟିକା ପାଇଁ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ସେହିପରି ଦୀପାବଳି ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ରାସନ ଯୋଗାଣ ମଧ୍ୟ କେନ୍ଦ୍ର ସରକାରଙ୍କ ବ୍ୟୟଭାର ବଢ଼ାଇବ । ୟୁବିଏସର ଅର୍ଥନୀତିଜ୍ଞ ତାନଭି ଗୁପ୍ତା କହିଛନ୍ତି ଯେ, ଯଦି ସରକାର ଟିକା ପିଛା ୧୫୦ ଟଙ୍କା ଓ ପରିବହନ ଓ ବିତରଣ ବାବଦରେ ଆଉ ୧୫୦ ଟଙ୍କା ବ୍ୟୟ କରନ୍ତି ତେବେ ସମଗ୍ର ଟିକାକରଣ ପାଇଁ ମୋଟ ୪୫ ହଜାର କୋଟି ଖର୍ଚ୍ଚ ହେବ । ବଜେଟରେ ଟିକାକରଣ ପାଇଁ ପୂର୍ବରୁ ୩୫ ହଜାର କୋଟିର ବ୍ୟୟବରାଦ କରାଯ଼ାଇଥିବାବେଳେ ସରକାରଙ୍କୁ ଆଉ ୧୦ ହଜାର କୋଟି ଯୋଗାଡ଼ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ