Masthead

ଜେଏନୟୁରେ ପୁଣି ଛାତ୍ର ଅଶାନ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଥିବା ଲାଇବ୍ରେରୀ ପରିଷରରେ କିଛି ଛାତ୍ର ଜୋର ଜବରଦସ୍ତ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଲାଇବ୍ରେରୀ ମଧ୍ୟରେ ଲାଗିଥିବା କାଚ ଭାଙ୍ଗିବା ସହିତ ଲାଇବ୍ରେରୀରେ ଥିବା ବହି ମଧ୍ୟ ଫୋଡ଼ା ଫିଙ୍ଗା କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, କରୋନା ମହାମାରୀ କାରଣରୁ ଜେଏନୟୁ ଲାଇବ୍ରେରୀ ବନ୍ଦ ରହିଛି । ପାଠ ପଢିବା ପାଇଁ ଲାଇବ୍ରେରୀ ଖୋଲିବା ପାଇଁ କିଛି ଛାତ୍ର ଦାବି କରୁଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ମନାକରିବା ପରେ ସେଠାରେ ହଙ୍ଗାମା କରିଥିଲେ କିଛି ଛାତ୍ର ।

ଉତ୍ତ୍ୟକ୍ତ ଛାତ୍ରମାନେ ଲାଇବ୍ରେରୀର କାଚ ଏବଂ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦ରୁ ଅଧିକ ଛାତ୍ର ଭଙ୍ଗାରୁଜା କରିଥିବା କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ସରକାରୀ ଆଦେଶ ଉଲ୍ଲଂଘନ ଧାରା ୧୮୮ ଏବଂ ମହାମାରୀ ଅଧିନିୟମ ଧାରା ୩ ଉଲ୍ଲଂଘନ ଅଭିଯୋଗ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ