Masthead

ଜେଏନୟୁରେ ପୁଣି ଛାତ୍ର ଅଶାନ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଥିବା ଲାଇବ୍ରେରୀ ପରିଷରରେ କିଛି ଛାତ୍ର ଜୋର ଜବରଦସ୍ତ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଲାଇବ୍ରେରୀ ମଧ୍ୟରେ ଲାଗିଥିବା କାଚ ଭାଙ୍ଗିବା ସହିତ ଲାଇବ୍ରେରୀରେ ଥିବା ବହି ମଧ୍ୟ ଫୋଡ଼ା ଫିଙ୍ଗା କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, କରୋନା ମହାମାରୀ କାରଣରୁ ଜେଏନୟୁ ଲାଇବ୍ରେରୀ ବନ୍ଦ ରହିଛି । ପାଠ ପଢିବା ପାଇଁ ଲାଇବ୍ରେରୀ ଖୋଲିବା ପାଇଁ କିଛି ଛାତ୍ର ଦାବି କରୁଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ମନାକରିବା ପରେ ସେଠାରେ ହଙ୍ଗାମା କରିଥିଲେ କିଛି ଛାତ୍ର ।

ଉତ୍ତ୍ୟକ୍ତ ଛାତ୍ରମାନେ ଲାଇବ୍ରେରୀର କାଚ ଏବଂ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦ରୁ ଅଧିକ ଛାତ୍ର ଭଙ୍ଗାରୁଜା କରିଥିବା କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ସରକାରୀ ଆଦେଶ ଉଲ୍ଲଂଘନ ଧାରା ୧୮୮ ଏବଂ ମହାମାରୀ ଅଧିନିୟମ ଧାରା ୩ ଉଲ୍ଲଂଘନ ଅଭିଯୋଗ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ