Masthead

ଘରର ମୂଲ୍ୟ ମାତ୍ର ୧୨ଟଙ୍କା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଘରର ଦାମ ମାତ୍ର ୧୨ଟଙ୍କା । ଅଦ୍ଭୁତ ଲାଗୁଥିଲେ ବି କଥା ଟି ସତ । କ୍ରୋଏଶିଆର ଉତ୍ତର ଅଞ୍ଚଳରେ ଥିବା ଏକ ସହର ଲେଗ୍ରାଡ଼ରେ ପ୍ରଶାସନରୁ ଆସିଛି ଏହି ଖବର । ସୂଚନାନୁସାରେ ସେଠାରେ ଏକ ସମସ୍ୟା ମୁଣ୍ଡ ଟେକିଛି । ଟ୍ରାନ୍ସପୋର୍ଟ କନେକ୍ଟିଭିଟି କମ ହେବା କାରଣରୁ ଲୋକମାନେ ନିଜ ଘର ଛାଡ଼ି ଚାଲିଯାଉଛନ୍ତି । ଯେଉଁ କାରଣରୁ ସେଠାକାର ଲୋକ ନିଜ ଘରକୁ ବହୁ କମ ମୂଲ୍ୟରେ ବିକ୍ରି କରି ଚାଲିଯାଉଛନ୍ତି । ଲେଗ୍ରାଡ଼ରେ ଏଭଳି ସ୍ଥାନ ଥିଲା ଯେଉଁଠି ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ରହୁଥିଲେ । କିନ୍ତୁ ପ୍ରାୟ ୧୦୦ବର୍ଷ ପୂର୍ବେ ଆଷ୍ଟ୍ରୋ ଓ ହଙ୍ଗେରିୟାନ ସାମ୍ରାଜ୍ୟ ଭାଙ୍ଗିବା ପରେ ସେଠାର ଜନସଂଖ୍ୟା ଲଗାତାର କମ ହେବାରେ ଲାଗିଛି । ଲେଗ୍ରାଡର ମେୟର ଇଭାନ୍ ସାବୋଲିକ୍ କହିଛନ୍ତି, ଯେବେଠାରୁ ଆମର ସହର ଏକ ସୀମାବର୍ତ୍ତୀ ସହର ପାଲଟିଛି ସେଠାର ଜନସଂଖ୍ୟା ଲଗାତାର କମ୍ ହୋଇଛି। ଲେଗ୍ରାଡ ସହରର ସୀମା ହଙ୍ଗେରୀକୁ ଲାଗିକି ରହିଛି। ଲେଗ୍ରାଡ ସହରରେ ଚିର ସବୁଜିମା ପର୍ୟ୍ୟାପ୍ତ ପରିମାଣରେ ରହିଛି। ସେଠାର ଚାରିଆଡେ ଜଙ୍ଗଲ ରହିଛି। ଏହି ସହରରେ ୨,୨୫୦ ଲୋକ ରୁହନ୍ତି।

୭୦ ବର୍ଷ ପୂର୍ବେ ଲେଗ୍ରାଡ ସହରରେ ଆଜିର ତୁଳନାରେ ଦୁଇଗୁଣା ଲୋକ ରହୁଥିଲେ। ନିକଟରେ ୧୯ଟି ଘର ଏକ ସାଙ୍ଗରେ ଖାଲି କରାଯାଇଥିଲା। ଏହାର ଦାମ୍ ଶୁଣି ଆଶ୍ଚର୍ୟ୍ୟ ହୋଇଯିବେ। ସେଠାରେ ଘରର ମୂଲ୍ୟ ମାତ୍ର ୧ କୁନା (୧୨ ଟଙ୍କା)। ଏଥିରେ ୧୭ଟି ଘର ଏପର୍ୟ୍ୟନ୍ତ ବିକ୍ରି ହୋଇସାରିଛି। ସେ କହିଛନ୍ତି, କିଛି ଘର ଭାଙ୍ଗିଯାଇଛି। ଯଦି କେହି ଘର କିଣିବାକୁ ଚାହାନ୍ତି ତେବେ ଘରର ମରାମତି କରିବା ପାଇଁ ମ୍ୟୁନିସିପାଲିଟି ତାଙ୍କର ସାହାଯ୍ୟ କରିବ। ଯଦି କେହି ରହିବାକୁ ଚାହାନ୍ତି ତେବେ ତାଙ୍କୁ ଅତି କମରେ ସେଠାରେ ୧୫ ବର୍ଷ ରହିବାର ଏଗ୍ରୀମେଣ୍ଟ କରିବାକୁ ପଡିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ