Masthead

ଆପଣଙ୍କ କିଛିଟା ସାହାଯ୍ୟ ଟୁନାଙ୍କ ଜୀବନ ବଞ୍ଚାଇ ଦେବ

ଗଞ୍ଜାମ (ବଡ ଖବର ବ୍ୟୁରୋ): ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ସ୍ତ୍ରୀ କରୁଛି ଆକୁଳ ନିବେଦନ । ମୋତେ ସାହାଯ୍ୟ କର ବିଲ ବାଡି ଯାହା ଥିଲା ସବୁ ସରିଲାଣି, ଆପଣଙ୍କ ଛୋଟିଆ ସାହାଯ୍ୟରେ ମୋ ସିନ୍ଦୁର ବଞ୍ଚି ପାରିବ । ମୋ ପିଲାଙ୍କ ମୁହଁରେ ହସ ଫୁଟାଇ ପାରିବ । ଏପରି ଆକୁଳ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଗାଁର ଟୁନା ସାହୁଙ୍କ ସ୍ତ୍ରୀ । କିଛିଦିନ ତଳେ ଟୁନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଟୁନାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥାରେ ସୁଧାର ନଆସିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ସେଠାରେ ଟୁନାଙ୍କର ଚିକିତ୍ସା ଚାଲିଛି । ଏପଟେ ଟୁନାଙ୍କ ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁ ସରିଲାଣି । ବିଲବାଡି ମଧ୍ୟ ବନ୍ଧାପଡିଛି । ଏମିତିରେ ସ୍ୱାମୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଟୁନାଙ୍କ ସ୍ତ୍ରୀ । ଯଦି କେହି ଟୁନାଙ୍କୁ ସହାଯ୍ୟ ଯୋଗାଇ ପାରିବ ତେବେ ଟୁନାଙ୍କ ପରିବାର ପୁଣି ହସି ପାରନ୍ତା । ଆପଣବି ଚାହିଁଲେ ଟୁନାଙ୍କୁ ସାହାଯ୍ୟ କରିପାରିବେ ।

ଟୁନାଙ୍କୁ ସହାଯ୍ୟ କରିବା ପାଇଁ ୯୪୩୮୩୮୭୦୫୨ରେ ଫୋନ ପେ କିମ୍ବା ଗୁଗୁଲ ପେ କରିପାରିବେ । ଆପଣ ବ୍ୟାଙ୍କ ଏକାଉଣ୍ଟରେ ମଧ୍ୟ ତାଙ୍କୁ ଟଙ୍କା ପଠାଇ ପାରିବେ । ବ୍ୟାଙ୍କ ଏକାଉଣ୍ଟ ନମ୍ବର ହେଉଛି ୩୦୮୩୭୧୮୦୯୬୪, ଆଇଏଫଏସସି କୋଡ ହେଉଛି ଏସବିଆଇଏନ୦୦୧୦୯୧୧ । ଏହି ନମ୍ବରରେ ଟୁନାଙ୍କୁ ସାହାଯ୍ୟ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା