Before Header

ବାଜିରେ ଲାଗିଛି ଜୀବନ

0 28

ଜି ଉଦୟଗିରି(ବଡ଼ ଖବର ବ୍ୟୁରୋ): ଟିକାବାଲି ବ୍ଲକ ପେନାଲ ଗ୍ରାମରେ ଥିବା ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଦାବି ଜୋର ଧରିଛି । ଗ୍ରାମର ଲୋକଙ୍କୁ ଏହି ନଦୀ ଅତିକ୍ରମ କରି ଯିବା ଆସିବା କରିବାକୁ ପଡିଥାଏ । ଗ୍ରାମବାସୀ କାଠ ପକାଇ ଏଠାରେ ଏକ ଅସ୍ଥୟୀ ପୋଲ ନିର୍ମାଣ କରିଥିଲେ । ମାତ୍ର ଏହା ଖରାପ ହୋଇଗଲାଣି । ବହୁଦିନ ତଳେ ପ୍ରଶାସନ ଅଧିକାରୀ ଏଠାରେ ପୋଲ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କାମ ହୋଇନାହିଁ । ଯାହାଦ୍ୱାରା ଛୋଟ ପିଲା ଓ ବୟଷ୍କ ବ୍ୟକ୍ତିଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି । ତେବେ ଯଥାଶୀଘ୍ର ପୋଲ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.