Masthead

ହଜ୍ ଯାତ୍ରାରେ କେବଳ ସ୍ଥାନୀୟ ଲୋକଙ୍କୁ ମିଳିବ ଅନୁମତି

ସାଉଦିଆରବ (ବଡ଼ ଖବର ବ୍ୟୁରୋ): କରୋନା କାଳରେ ହଜ୍ ଯାତ୍ରାକୁ ନେଇ କଠୋର ନୀତି ଆପଣେଇଛି ସାଉଦିଆରବ । ହଜ୍ ଯାତ୍ରା ପାଇଁ କେବଳ ସ୍ଥାନୀୟ ଲୋକଙ୍କୁ ହିଁ ଅନୁମତି ମିଳିବ | ଏନେଇ ସରକାରୀ ଭାବେ ସୂଚନା ଜାରି ହୋଇଛି । କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାରେ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କୁ ଅନୁମତି ମିଳିବ| ଏନେଇ ସାଉଦି ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରାଳୟ ବୟାନ ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇ ମାସ ମଧ୍ୟଭାଗରୁ ଆରମ୍ଭ ହେବ । ଏଥିରେ ୧୮ ରୁ ୬୫ ବର୍ଷର ଲୋକ ଭାଗ ନେଇପାରିବେ ।

ଏଥି ପାଇଁ ଇଛୁକ ସ୍ଥାନୀୟ ବ୍ୟକ୍ତି ଟିକା ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ହଜ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଦେଶର ସୁରକ୍ଷା ପାଇଁ ସାଉଦି ଆରବ ସରକାର ଏଭଳି ନିଷ୍ପତ୍ତି ନେଇଛି । ପ୍ରତିବର୍ଷ ହଜ୍ ଯାତ୍ରାରେ ୨୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିାଏ । କିନ୍ତୁ ଚଳିତ ବର୍ଷ ମହାମାରୀ ପାଇଁ ଏଥିରେ କିଛି କଟକଣା ଲଗାଯାଇଛି ଜ୍ଝ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ହଜ୍ ଯାତ୍ରାକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶକୁ ସହମତି ଦେଇଛନ୍ତି । ଏବଂ ସେ କହିଛନ୍ତି ହଜ୍ ଯାତ୍ରାକୁ ନେଇ ସାଉଦି ଆରବ ସରକାର ଯାହା ନିଷ୍ପତ୍ତି ନେବେ ସେଥିରେ ଭାରତ ସରକାର ସହମତ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ