Masthead

ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ଅକ୍ଷୟ

ପୁରୀ (ବଡ଼ ଖବର ବ୍ୟୁରୋ): ଦୁନିଆ ତାଙ୍କୁ କହେ ଭିନ୍ନକ୍ଷମ | କିନ୍ତୁ ସେ ଯେ ସକ୍ଷମ ତାହା ସେ ପ୍ରମାଣ କରି ଦେଖାଇଛନ୍ତି | ନାମ ତାଙ୍କର ଅକ୍ଷୟ ପରିଡା | ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଂଚାୟତର ରେନ୍ଦୁଅରେ ତାଙ୍କର ଘର | ସାତ ବର୍ଷ ତଳେ ରାଜ୍ୟ ବାହାରେ ଏକ କମ୍ପାନୀରେ କାମ କରୁଥିବା ସମୟରେ ଗାଡି ଧକ୍କାରେ ଗୁରୁତର ଆହତ ହେବା ସହ ଅକ୍ଷୟଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ପଡିଥିଲା | ଦୁର୍ଘଟଣା ପରେ ପରିବାର ଚଳାଇବା ଅକ୍ଷୟଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିଲା | କିନ୍ତୁ କଥାରେ ଅଛି ଇଛା ଥିଲେ ଉପାୟ ଆପେ ମିଳେ | ମନ ବଳ ଦୃଢ କରି ଅକ୍ଷୟ ଆରମ୍ଭ କଲେ ନୂଆ ଜୀବନ | ଅସ୍ତରଙ୍ଗ ଉକୁଳେଇ ଛକ ନିକଟରେ ଏକ ପାନ ଦୋକାନ ଟିଏ କରି ପରିବାର ପ୍ରତିପୋଷଣ କରୁଛନ୍ତି ଅକ୍ଷୟ |

ମିଷ୍ଟ ଭାସି ଓ ସୁ ସ୍ବାଦୁ ପାନ ଦେଇ ଗ୍ରାହକଙ୍କ ମନ ଜିଣନ୍ତି ସେ | ଦିବ୍ୟାଙ୍ଗ ଅକ୍ଷୟ ଏବେ ସମାଜ ପାଇଁ ପ୍ରେରଣ ସାଜିଛନ୍ତି | କିନ୍ତୁ କରୋନାର ଦ୍ୱିତୀୟ ଲହରୀରେ ଦୋକାନ ବଜାର ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡିଛି | ସରକାରୀ ସୁବିଧା କହିଲେ ଅକ୍ଷୟ ପାଉଛନ୍ତି ଦିବ୍ୟାଙ୍ଗ ଭତ୍ତା ଓ ରାସନ କାର୍ଡ଼ରେ ଚାଉଳ | ଲକଡାଉନରେ ବେପାର ମାନ୍ଦା ପଡିଯାଇଛି | ତଥାପି ଅକ୍ଷୟ ଉଠି ପଡି ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି, ତେବେ ଅକ୍ଷୟଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଦାବି ହୋଇଛି | ଜଣେ ଦିବ୍ୟାଙ୍ଗ ହୋଇ ସମାଜ ପାଇଁ ପ୍ରେରଣା ସାଜିଥିବା ବେଳେ ସରକାର ଓ ସ୍ଥାନୀୟ ପ୍ରଶାସନ ତାଙ୍କପାଇଁ ପାଦେ ଆଗେଇ ଆସିଲେ ଅକ୍ଷୟ ଆଉ ଦୁଇ ପାଦ ଆଗକୁ ଯାଇ ପାରନ୍ତେ ଗ୍ରାମବାସୀମାନେ କହିଛନ୍ତି |

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା