Masthead

ବନ୍ଦ ଘରେ ବନ୍ଧୁକ ଧାରିର ଆତଙ୍କରାଜ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ବଲାଙ୍ଗିର ସହରରେ ଚାଞ୍ଚଲ୍ୟ। ସହରର ଶାନ୍ତି ପଡାର ମଦନ ମୋହନ ହୋତାଙ୍କ ଘରକୁ ଜଣେ ଯୁବକ ବନ୍ଧୁକ ଧରି ପଶି ଯାଇଥିବା ଜଣାପଡିଛି। ଘର ଲୋକଙ୍କୁ ଗୋଟିଏ କୋଠରୀରେ ବନ୍ଦ ରଖିଛନ୍ତି ବନ୍ଧୁକଧାରି ବ୍ୟକ୍ତି ଜଣକ। ଅନ୍ୟପଟେ ଖବର ପାଇ ଏସଡିପିଓ ତୁଫାନ ବାଗ ଓ ବଲାଙ୍ଗୀର ଟାଉନ ଅଧିକାରୀ କେ ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳକୁ ପହଞ୍ଚି  ତଦାରଖ କରୁଛନ୍ତି । ଘର ବାଟରେ ପୋଲିସ ଜଗି ରହିବା ସହ ଓଡ୍ରାଫ୍ ଟିମ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

ତେବେ କାହିଁକି ଓ କିଭଳି ପରିସ୍ଥିତିରେ ଯୁବକ ଜଣକ ବନ୍ଧୁକ ଧରି ଘର ଭିତରକୁ ପଶିଛି ତାହା ଜଣା ପଡି ନାହିଁ। ଏପରିକି ଘର ଭିତରେ କେତେ ଜଣକୁ ବନ୍ଧୁକ ମୁନରେ ବନ୍ଦୀ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ହେଲେ ପ୍ରାଥମିକ ତଦନ୍ତରୁ ଉକ୍ତ ଘଟଣାଟି କୌଣସି ଏକ ସମ୍ପର୍କକୁ ନେଇ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘର ଆଗରେ ଜଗି ଥିବା ସହ ଚାରି ପଟେ ପଇଁତରା ମାରୁଛି। ହେଲେ ଦୁଇ ଘଣ୍ଟାରୁ ଅଧିକ ସମୟ ହେଲାଣି ଯୁବକ ଘର ଭିତରେ ପଶିଥିଲେ ବି ପୋଲିସ ତାକୁ କାବୁ କରି ପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା