Masthead

ବିନା ଫିଲ୍ମରେ ରଜ, ସବୁ ଫିକା ଫିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରଜବଜାର ଏବେ ଫିକା ପଡ଼ିଛି । ଚିନ୍ତାରେ କଳାକାର ଓ କଳାକୁ ନିର୍ଭର କରି ରହୁଥିବା ଲୋକ । ରଜ ବଜାରରେ କଟକଣା । ଓଡ଼ିଶାରେ ଫିଲ୍ମ ଗୁଡ଼ିକ ସାଧାରଣ ଭାବେ ରଜକୁ ଅପେକ୍ଷା କରିଥାନ୍ତି । ରଜ ଆସିବା ମାତ୍ରେ ପ୍ରତିଯାଗିତା ମୂଳକ ଭାବେ ଫିଲ୍ମ ରିଲିଜ କରାଯାଏ । ନୂଆ ନୂଆ ଫିଲ୍ମ ନେଇ କଳାକାର ମାନେ ଆସିଥାନ୍ତି ଦର୍ଶକଙ୍କ ପାଖକୁ । କିନ୍ତୁ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଲ ଗୁଡ଼ିକୁ ବନ୍ଦ ରଖାଯାଇଛି ।

ଅବଶ୍ୟ ଓଟିଟି ପ୍ଲାଟଫର୍ମରେ କିଛି ଫିଲ୍ମ ରିଲିଜ କରାଯାଉଛି । ତଥାପି ହଲରେ ରିଲିଜ କରିବା ଦ୍ୱାରା ଯେଉଁ ଲାଭ ହେଉଥିଲା ତାହା କମିଛି ନିଶ୍ଚୟ । ଯାହାକୁ ନେଇ ଚିନ୍ତାରେ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରି । କରୋନା ପାଇଁ ଏକପ୍ରକାର ହାତବାନ୍ଧି ବସିଛନ୍ତି କଳାକାର । ସେପଟେ ସିନେମା ହଲ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକଙ୍କ ଅବସ୍ଥା ମଧ୍ୟ ଶୋଚନୀୟ । ଲକଡାଉନ ଯୋଗୁଁ ସେମାନଙ୍କ ରୋଜଗାର ବାଧାପ୍ରାପ୍ତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ