Masthead

ଟିକାରେ ବ୍ୟବହାର ହେଉଛି ବାଛୁରୀ ରକ୍ତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଟିକାକୁ ନେଇ ସାରା ଦେଶ ଉଠୁଛି ପଡୁଛି । କୋଭାକ୍ସିନ୍ ହେଉ କି କୋଭିସିଲ୍ଡ ଟିକାକୁ ନେଇ ବିବାଦ ମୁଣ୍ଡଟେକିଲାଣି । ବିଦେଶୀ ଅଦୃଶ୍ୟ ଭୂତାଣୁ କରୋନା ପ୍ରାଣଘାତୀ ହୋଇଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱର ବଡ଼ ବଡ଼ ଦେଶ ଆଗେଇ ଆସିଥିଲେ । ବିଶେଷଜ୍ଞମାନେ ଦିନରାତି ଏକ କରିଦେଇଥିଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିଲେ କରୋନା ପ୍ରତିଶେଧକ ଟିକା । ୨୦୨୧ ଜାନୁୟାରୀରେ ଭାରତରେ ସମୂହ ଟିକାରଣ ଆରମ୍ଭ ହୋଇଥିଲା । ଭାରତରେ ବିଦେଶୀ ଟିକା ପହଞ୍ଚିଥିଲେ ମଧ୍ୟ ବହୁ ଲୋକ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି । ନେଉଛନ୍ତି ମଧ୍ୟ । ମାତ୍ର ଏହି ଦସ୍ୱବ ଟିକା ପ୍ରସ୍ତୁତିରେ ବାଛୁରୀ ରକ୍ତ ବ୍ୟବହାର ହୋଇଥିବା ପ୍ରଚାର ହେବାରୁ ବିବାଦ ମୁଣ୍ଡ ଟେକିଛି ।

ଟିକା ପ୍ରସ୍ତୁତିରେ ବାଛୁରୀ ସେରମ୍ ବ୍ୟବହାର ହୋଇଥିବା ଜଣାପଡିବା ପରେ ବିତର୍କ ଆରମ୍ଭ ହୋଇଛି । ଭାରତରେ ଦିଆଯାଉଥିବା କରୋନା ଟିକାର ଉପାଦାନ ସମ୍ପର୍କରେ ସାମାଜିକ କର୍ମୀ ବିକାଶ ପାଟନୀ ଆରଟିଆଇରେ ତଥ୍ୟ ମାଗିଥିଲେ । ସେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାଡ କଣ୍ଟ୍ରୋଲ ଅଗ୍ରାନାଇଜେସନକୁ ତଥ୍ୟ ମାଗିଥିଲେ । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାଡ କଣ୍ଟ୍ରୋଲ ଅଗ୍ରାନାଇଜେସନ ଦେଇଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ