Masthead

ସ୍ୱରା ଭାସ୍କରଙ୍କ ନାଁରେ ଏତଲା

ଗାଜିଆବାଦ(ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ନାଁରେ ମାମଲା । ଗାଜିଆବାଦର ଏକ ବିବାଦୀୟ ଭିଡିଓ ଟ୍ୱିଟ କରିବା ଅଭିଯୋଗରେ ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଆରଫା ଖାନମ ସେରବାନୀ, ଆସିଫ୍ ଖାନ ଓ ଟ୍ୱିଟର ଇଣ୍ଡିଆର ଅଧିକାରୀ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଓଳିଲ ଅମିତ ଆଚାର୍ୟ୍ୟ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ତେବେ ଏଥିପାଇଁ ଏଫଆଇଆର ଗ୍ରହଣ ହୋଇନଥିବା ବେଳେ ଦିଲ୍ଲୀ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସେହିପରି ପୂର୍ବରୁ ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରଚାର ଅଭିଯୋଗରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର,ଏକ ସମାଚାର ପୋର୍ଟାଲ ୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଭିଡିଓରେ ଜଣେ ବୟସ୍କ ମୁସଲିମଙ୍କ ଉପରେ ଗାଜିଆବାଦର କିଛି ଲୋକ ଆକ୍ରମଣ କରିଥିବା ନେଇ କିଛି କହୁଥିବା ଦେଖିବାକୁ ମଳିଥିଲା । ପୋଲିସ କହିଛି କି, ସାଂପ୍ରଦାୟିକ ହିଂସାକୁ ଉସକାଇବାକୁ ଏଭଳି ଭିଡିଓ ଭାଇରାଲ କରାଯାଇଛି । ଗାଜିଆବାଦର ଲୀନ ସୀମା ଥାନାରେ ଏକ ସ୍ଥାନୀୟ ପୋଲିସକର୍ମୀ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ମଙ୍ଗଳବାର ରାତି ୧୧.୩୦ ରେ ପ୍ରାଥମିକ ଅଭିଯୋଗ ଗ୍ରହଣ କରିଥିଲା ।

ଏଥିରେ ଅଭିଯୋଗ କରାଯାଇଥିଲା କି ଏଭଳି ଭିଡିଓ ସାଂପ୍ରଦାୟିକ ହିଂସା ଉସକାଇବା ଉର୍ଦ୍ଦେଶ୍ୟରେ ପ୍ରଚାର କରାଯାଇଥିଲା । ତେବେ ଏଭଳି ଭିଡିଓକୁ ପୋଷ୍ଟ ହେବାକୁ ଅନୁମତି ଦେଇଥିବା ଅପରାଧରେ ଟ୍ୱିଟର ଇଙ୍କ୍, ଟ୍ୱିଟର କମ୍ୟୁନିକେସନ ଇଣ୍ଡିଆ,ସମାଚାର ୱେବସାଇଟ୍ ‘ଦି ବାୟର’, ପତ୍ରକାର ମହମ୍ମଦ ଜୁବେର ଓ ରାଣା ଆୟୁବ, କଂଗ୍ରେସ ନେତା ସଲମାନ ନୀଜାମୀ, ମସକ୍ୟୁ ଓସ୍ମାନୀ, ଡ.ଶାମା ମହମ୍ମଦ ଓ ଲେଖିକା ସବା ନକବୀଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଦାଖଲ ହୋଇଛି । ପ୍ରାଥମିକ ତଦନ୍ତ ପରେ କୁହାଯାଇଛି କି, ଏହି ଲୋକମାନେ ଭିଡିଓରେ ସଠିକ୍ ତଥ୍ୟ ନଦେଇ ସର୍ବ ସାଧାରଣ ଭିତରେ ଧାର୍ମିକ ସମୁହ ମଧ୍ୟରେ ବିଭାଜନ କରିବା ଉର୍ଦ୍ଦେଶ୍ୟରେ ପୋଷ୍ଟ କରାଯାଇଥିଲା । ତେବେ ଜଣାଇଦେଉ କି, ସରକାରଙ୍କ ଆଇଟି ନିୟମକୁ ପାଳନ ନକରୁଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼