Masthead

ଋଷ ଆଉ ଶୀତଳ ଯୁଦ୍ଧ ଚାହୁଁନି: ଜୋ ବାଇଡେନ

(ବଡ଼ ଖବର ବ୍ୟୁରୋ): ଋଷ ରାଷ୍ଟ୍ରପତି ଆଉ ଶୀତଳ ଯୁଦ୍ଧ ଚାହୁଁନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ନିଜେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗତକାଲି ଆମରେିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଜେନେଭାଠାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜଟିଳ ଭିତ୍ତିଭୂମି ଗୁଡ଼ିକୁ ସାଇବର ଆକ୍ରମଣରୁ ଦୂରେଇ ରଖିବା ସହ ଅନ୍ୟ ମାଧ୍ୟମ ଆକ୍ରମଣରୁ ଦୂରେଇ ରହିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ଏହାଛଡ଼ା ଖୁବ ଶୀଘ୍ର ଦୁଇ ଦେଶର ରାଷ୍ଟ୍ରଦୂତମାନେ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମଧ୍ୟ କୁହାଯାଇଛି । ତେବେ କେବେ ଫେରିବେ ତା’ର କୌଣସି ସୂଚନା ମିଳିନି । ତେବେ ପୁତିନ ଜଣେ ଆତତାୟୀ ନେତା ବୋଲି ମନେ ହେଉଥିବା ବାଇଡେନ କହିଥିଲେ ।

ଏହାପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା । ଯେଉଁକାରଣରୁ ଋଷ ୱାସିଂଟନରୁ ଏହାର ସମସ୍ତ ରାଷ୍ଟ୍ରଦୂତମାନଙ୍କୁ ଫେରାଇନେଇଥିଲା । ଚଳିତବର୍ଷ ଏପ୍ରିଲରେ ଆମେରିକା ମଧ୍ୟ ମସ୍କୋରୁ ନିଜର ରାଷ୍ଟ୍ରଦୂତ ଫେରାଇନେଇଥିଲା । ତେବେ ଏସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ଭ୍ଲାଦିମିର ପୁତିନ କହିଛନ୍ତି ଯେ, ଆତତାୟୀ ପ୍ରସଙ୍ଗରେ ବାଇଡେନ ଦେଇଥିବା କୈଫତ ତାଙ୍କୁ ସନ୍ତୁଷ୍ଟ କରିଛି । ତେବେ ଏହି ବୈଠକ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସାମାନ୍ୟ କମିବା ନେଇ ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ