Masthead

ଗଙ୍ଗାନଦୀରୁ ଉଦ୍ଧାର ହେଲା ଶିଶୁକନ୍ୟା

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ପୁରାଣ ମହାଭାରତରେ ବର୍ଣ୍ଣନା ଅଛି ରାଜକୁମାରୀ କୁନ୍ତୀ ତାଙ୍କ ନବଜାତ ପୁଅ କର୍ଣ୍ଣଙ୍କୁ ଏକ ମଞ୍ଜୁସାରେ ରଖି ନଦୀରେ ଭସାଇ ଦେଇଥିଲେ । ପାଉ କର୍ଣ୍ଣଙ୍କୁ ନଦୀରୁ ଉଦ୍ଧାର କରି ଅଦିରଥ ପାଳିଥିଲେ । ଆମେ ଆପଣଙ୍କୁ ଏକଥା କହିବାର ଉଦ୍ଦେଶ୍ୟ ହେଉଛି, ସେଭଳି ଏକ ଝିଅ ଗଙ୍ଗାନଦୀରୁ ଉଦ୍ଧାର ହୋଇଛି । ୨୧ଦିନର ଗୋଟିଏ ଶିଶୁକନ୍ୟାକୁ କେହି କାଠବାକ୍ସରେ ରଖି ଗଙ୍ଗାନଦୀରେ ଭସାଇଦେଇଥିଲା । ବୁଧବାର ଉତ୍ତରପ୍ରଦେଶ ଘାଜିପୁରର ଗଙ୍ଗାନଦୀରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ନଦୀର ସ୍ରୋତରେ ଭାସିଯାଉଥିବା କାଠବାକ୍ସ ଭିତରୁ କିଛି ଲୋକ ଶିଶୁର ବିକଳ ଚିକ୍ରାର ଶୁଣିଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣେ ନଦୀକୁ ଡେଇଁ କାଠବାକ୍ସକୁ କୂଳକୁ ଆଣିଥିଲେ ।

ଆଉ କାଠବାକ୍ସ ଖୋଲିବା ପରେ ଦନୀକୂଳରେ ରୁଣ୍ଡ ହୋଇଥିବା ଲୋକମାନେ ଚକିତ ହୋଇଯାଇଥିଲେ । ସ୍କାର୍ପରେ ଗୁଡାଯାଇଥିବା ୨୧ଦିନର ଶିଶୁ ନିକଟରେ ତାର ଯାତକ ଓ ଦେବଦେବୀଙ୍କ ଫଟୋ କାଠବାକ୍ସ ଭିତରେ ରଖାଯାଇଥିଲା । ଏହି ଶିଶୁକୁ ଉଦ୍ଧାର କରିଥିବା ଲୋକ ଜଣକ କହିଛନ୍ତି, ତାଙ୍କୁ ଗଙ୍ଗାମାତା ଏହି ଶିଶୁକନ୍ୟା ଦେଇଛନ୍ତି । ଗଙ୍ଗାମାତାଙ୍କ ଆଶୀର୍ବାଦରୁ ଶିଶୁକନ୍ୟାକୁ ପାଇଥିବାରୁ ତା’କୁ ଳାଳନପାଳନ କରି ଭଲ ମଣିଷ କରିବେ ଡାକ୍ତରୀ ପରୀକ୍ଷା ପରେ ଶିଶୁକନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ