Masthead

ଜନ ସମର୍ଥନରେ ବିଶ୍ୱର ଅନ୍ୟ ରାଜନେତାଙ୍କ ମଧ୍ୟରେ ସବୁଠାରୁ ଆଗରେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜନ ସମର୍ଥନ ଦିଗରେ ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆମେରିକୀୟ ‘ଡାଟା ଇଣ୍ଟେଲିଜେନସ ଫାର୍ମ’ ମର୍ଣ୍ଣିଂ କନସଲଟ କରିଥିବା ସର୍ଭେରୁ ଏହି ତଥ୍ୟ ପ୍ରଦାନ କରିଛି । ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ପାଇଁ ଅନ୍ୟାନ୍ୟ ବିଶ୍ୱନେତା ମାନଙ୍କ ଜନପ୍ରିୟତା ହ୍ରାସ ପାଇଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା ୬୬% ରହିଥିବା ଜଣାପଡ଼ିଛି । ଯାହାକି ବିଶ୍ୱର ଅନ୍ୟ ନେତା ମାନଙ୍କଠାରୁ ଯଥେଷ୍ଟ ଅଧିକ । ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, ରଷିଆ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍‌, କାନାଡା, ବ୍ରାଜିଲ୍ ଏବଂ ଜର୍ମାନି ସମେତ ୧୩ରୁ ଊର୍ଦ୍ଧ୍ବ ଦେଶର ରାଜନେତାମାନଙ୍କ ମଧ୍ୟରେ ମୋଦୀଙ୍କର ଉପରୋକ୍ତ ଜନସମର୍ଥନ ହାର ସବୁଠାରୁ ଅଧିକ ରହିଛି ।

‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ କରିଥିବା ସର୍ବେକ୍ଷଣ ଅନୁସାରେ, ସମର୍ଥନ ନମୁନା ଭାବେ ଭାରତରେ ୨,୧୨୬ଜଣ ପ୍ରାପ୍ତ ବୟସ୍କଙ୍କ ମତ ଗ୍ରହଣ କରାଯାଇଥିଲା। ସେହି ଆଧାରରେ ଜୁନ୍‌ ୧୭ ତାରିଖରେ ଅପ୍‌ଡେଟ୍‌ କରାଯାଇଥିବା ‘ଗ୍ଲୋବାଲ୍‌ ଲିଡର୍‌ ଆପ୍ରୋଭାଲ୍‌ ରେଟିଙ୍ଗ୍‌ ଟ୍ରାକର୍‌’ ଫଳାଫଳ ଦର୍ଶାଇଛି କି, ମୋଦୀଙ୍କୁ ୬୬% ଜନତା ସମର୍ଥନ କରୁଥିବା ବେଳେ ୨୮% ଜନତା ସମର୍ଥନ କରୁନାହାନ୍ତି। ନିୟମିତ ବିଶ୍ବ ନେତାମାନଙ୍କର ଜନସମର୍ଥନ ହାର ଉପରେ ଦୃଷ୍ଟି ରଖିଥିବା ଆମେରିକୀୟ ‘ଡାଟା ଇଣ୍ଟେଲିଜେନ୍‌ସ୍‌ ଫାର୍ମ’ ‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ ଜୁନ୍‌ ୧୭ ତାରିଖରେ ଜାରି କରିଥିବା

‘ରେଟିଙ୍ଗ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛକୁ ରହିଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି (୬୫%) ଏବଂ ତାଙ୍କ ପଛକୁ ରହିଛନ୍ତି ମେକ୍ସିକୀୟ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲପିଜ୍ ଓବ୍ରାଡର୍‌ (୬୩%)। ସେହିଭଳି, ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ (୯୫୪%), ପଞ୍ଚମ ସ୍ଥାନରେ ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ (୫୩%), ଷଷ୍ଠ ସ୍ଥାନରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ (୫୩%), ସପ୍ତମ ସ୍ଥାନରେ କାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟୁଡ୍ୟୁ (୪୮%), ଅଷ୍ଟମ ସ୍ଥାନରେ ଇଂଲଣ୍ଡର୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ (୪୪%), ନବମ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜାଏ-ଇନ୍ (୩୭%), ଦଶମ ସ୍ଥାନରେ ସ୍ପେନୀୟ ନେତା ପେଡ୍ରୋ ସାଞ୍ଚେଜ୍ (୩୬%), ଏକାଦଶ ସ୍ଥାନରେ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବୋଲ୍‌ସୋନାରୋ (୩୫%), ଦ୍ବାଦଶ ସ୍ଥାନରେ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ (୩୫%) ଏବଂ ତ୍ରୟୋଦଶ ସ୍ଥାନରେ ଅଛନ୍ତି ଜାପାନୀ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା (୨୯%)।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା