କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଲିଉଡ଼ର ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର ଅସୁସ୍ଥ । ଦୀର୍ଘ ୨୭ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତପୁ । ମେ ୨୦ ତାରିଖରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବା କାରଣରୁ ତାଙ୍କୁ ସମ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କରୋନା କାରଣରୁ ତାଙ୍କ ଫୁସଫୁସର ୭୫% ସଂକ୍ରମିତ ହୋଇ ନଷ୍ଟ ହୋଇସାରିଥିଲା । ଏବେ ତାଙ୍କୁ ସମ ଆଇସିୟୁରେ ଭର୍ତ୍ତି କରାଯାଇଛି । ୧୦୦% ଅକ୍ସିଜେନ ସପୋର୍ଟରେ ରହିଥିଲେ ମଧ୍ୟ ତାଙ୍କ ଶରୀରେ ଅମ୍ଳଜାନ ସ୍ତର ୪୦ରୁ ୪୫କୁ ଖସିବାରେ ଲାଗିଛି । ତେଣୁ ଡାକ୍ତରମାନେ ଇକମୋ ମେସିନ ଲଗାଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ତପୁଙ୍କ ବଡ଼ ଭଉଣୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କରୋନା କାଳ ସମସ୍ତଙ୍କ ପାଇଁ କଷ୍ଟକର ହୋଇଥିବା ବେଳେ ଗତ କିଛି ଦିନ ହେବ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସହୃଦୟତା ସାରା ଦେଶ ଦେଖିଛି । ଲୋକଙ୍କ ସାହାଯ୍ୟରେ ଅମ୍ରିତ ଓ ଅଭିଷେକଙ୍କ ଭଳି ଅନେକ ରୋଗୀ ଏକମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ଆଉ ଏଥିପାଇଁ ଓଡ଼ିଶାର ଲୋକ ଉଭୟ ମାନସିକ ଓ ଆର୍ଥିକ ସାହାଯ୍ୟ ଯୋଗାଇଛନ୍ତି । ତେବେ ତପୁ ମିଶ୍ର ଓଡ଼ିଶାର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ତେଣୁ ବିଶ୍ୱାସ ଅଛି ତାଙ୍କୁ ସାହାଯ୍ୟ କରିବାକୁ ଓଡ଼ିଶାବାସୀ ଆଗେଇ ଆସିବେ । ତେବେ ତପୁମିଶ୍ରଙ୍କର ଏବେ ଲମ୍ବା ସମୟ ଧରି ଚିକିତ୍ସା ଚାଲିବ ଆବଶ୍ୟକ ପଡ଼ିଲେ ଏକମୋ କିମ୍ବା ଫୁସଫୁସ ପ୍ରତିରୋପଣ କରିବାକୁ ପଡ଼ିପାରେ ବୋଲି ଡାକ୍ତର କହିପାରନ୍ତି ।

ଏଥିପାଇଁ ଆମେ ଖୁବଶୀଘ୍ର ତପୁଙ୍କ ପାଇର୍ ଫଣ୍ଡ ରେଜ ଆରମ୍ଭ କରିବୁ । ଏହାଛଡ଼ା ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଅନୁରୋଧ କରିଛୁ ଯେ, ଅଭିଜ୍ଞ ଡାକ୍ତରଙ୍କୁ ତପୁଙ୍କ ଚିକିତ୍ସା ପାଇଁ ନିୟୋଜିତ କରାଯାଉ । ସମର ଡାକ୍ତରମାନେ ତପୁଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ଏକ ବୈଷୟିକ ଟିମର ଆବଶ୍ୟକ ରହିଛି । ତେବେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ଧ୍ରୁତିଦୀପା ମିଶ୍ରଙ୍କ ଆକାଉଣ୍ଟ ନମ୍ବର ୯୨୧୦୧୦୦୨୦୩୦୨୪୯୧ (ଆଇଆଇଏଫ୍‌ସି-ୟୁଟିଆଇବି୦୦୦୦୦୨୪; ଏମ୍‌ଆଇସିଆର-୭୫୧୨୧୧୦୦୨)ରେ କିମ୍ବା ଏକ୍ସିସ୍ ବ୍ୟାଙ୍କ ୟୁପିଆଇ ଆଇଡି-୮୨୪୯୪୮୯୦୦୪)ରେ ସିଧାସଳଖ ଅର୍ଥ ପଠାଇପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!