Masthead

ବିବାହ କଲେ ଗଣ୍ଡ ସମ୍ପ୍ରଦାୟର ଦୁଇ କୁମାରୀ

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଏକ ନିଆରା ବାହାଘର । ଦୁଇ କୁମାରୀ କନ୍ୟା ପରସ୍ପରକୁ ବିବାହ କଲେ । ଗଣ୍ଡ ସଂପ୍ରଦାୟର ଏହା ଏକ ପରମ୍ବରା । ଏହି ବିବାହ ଉତ୍ସବରେ ସାମିଲ୍ ହୋଇଥାନ୍ତି କେବଳ ମହିଳା । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତର କୁସୁମୁଣ୍ଡିଆ ଗାଁରେ । ପ୍ରତ୍ୟେକ ବର୍ଷ ଠିକ୍ ରଜପର୍ବରେ ହୋଇଥାଏ ଏହି ବିବାହ । ଗାଁର କିଶୋରୀମାନେ ଦୁଇ ଦଳରେ ବିଭକ୍ତ ହୋଇଥାନ୍ତି । ଦୁଇ କୁମାରୀଙ୍କୁ ଚୟନ କରି ଉଭୟଙ୍କୁ ବର ଓ କନ୍ୟା ବେଶରେ ସଜିତ୍ କରିଥାନ୍ତି। ବରପକ୍ଷର ମହିଳାମାନେ ବରକୁ ସଂଗରେ ଧରି ବିଭିନ୍ନ ପ୍ରକାର ମିଠା,ବ୍ୟଞ୍ଜନ ସହ କନ୍ୟା ଘରେ ପହଞ୍ଚନ୍ତି। ଏହି ବରଶୋଭାଯାତ୍ରା ଧୁମଧାମରେ ହୋଇଥାଏ ।

ରୋଷଣୀରେ ପ୍ରକମ୍ପିତ ହୋଇଉଠେ ଗାଁ ଦାଣ୍ଡ । ରୋଷଣୀ ମଧ୍ୟ ଗାଁ ପରିକ୍ରମା କରିଥାଏ । ପରେ କନ୍ୟାଘରେ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥାଏ । ବେଦୀରେ ପଡିଥାଏ ହାତଗଣ୍ଠି । ମହଳିାଙ୍କ ହୁଳହୁଳି ତାଳେ ତାଳେ ବର କନ୍ୟାଙ୍କ ବନ୍ଦାପନା କରାଯାଏ । ଦୁଇ କୁମାରୀ ଜୀବନ ସାରା ସଂଗାତ ହୋଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ପାଇଁ ଫିକା ପଡିଛି ବାହାଘର । କେବଳ ପରମ୍ପରା ବଜାୟ ପାଇିଁ କରାଯାଇଛି କାର୍ୟ୍ୟକ୍ରମ। ଏହା ଅନ୍ଧବିଶ୍ବାସ ନୁହେଁ, ମନୋରଞ୍ଜନର ଏକ ମାଧ୍ୟମ । କେଉଁ ଅନାଦି କାଳରୁ ହୋଇ ଆସୁଛି ଏହି ବାହାଘର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା