Masthead

ଲିଭ-ଇନ-ରିଲେସନସିପରେ ରହୁଥିବା ମହିଳାଙ୍କୁ ମିଳିବନି ସଂରକ୍ଷଣ ସୁବିଧା: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ(ବଡ଼ ଖବର ବ୍ୟୁରୋ): ଲିଭ୍-ଇନ୍ ରିଲେସନସିପରେ ରହୁଥିବା ବିବାହିତା ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଲିଭ୍-ଇନ୍ ରିଲେସନସିପରେ ଯେଉଁ ମହିଳାମାନେ ରହୁଛନ୍ତି ସେମାନଙ୍କୁ ସଂରକ୍ଷଣ ଦେବାକୁ ସିଧାସଳଖ ମନା କରିଛନ୍ତି କୋର୍ଟ । କେବଳ ଏତିକି ନୁହେଁ ଏନେଇ ଯାଚିକା ଆବେଦନ କରିଥିବା ଆବେଦକଙ୍କୁ ୫ହଜାର ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ । ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ପୂର୍ବରୁ ବିବାହିତା ମହିଳା ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ ସେମାନେ ହିନ୍ଦୁ ବିବାହ ଅଧିନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି। ଏଭଳି ଲୋକଙ୍କୁ କଣ ସଂରକ୍ଷଣ ଦେବା ଉଚିତ୍ ? କୋର୍ଟ ପୁଣି କହିଛନ୍ତି ଯେ, ଅନୁଚ୍ଛେଦ ୨୧ରେ ସମସ୍ତ ନାଗରିକଙ୍କୁ ବଞ୍ଚିବାର ସ୍ଵାଧିନତା ଅଛି, ହେଲେ ଏହି ସ୍ଵାଧିନତା ଆଇନ ଭିତରେ ରହିବା ଉଚିତ୍। ତାହେଲେ ଯାଇ ସଂରକ୍ଷଣ ମିଳିବ।

ସୂଚନାନୁଯାୟୀ, ଅଲିଗଢର ଗୀତା ନାମକ ଜଣେ ମହିଳା ଏହି ଯାଚିକା ଦାଖଲ କରିଥିଲେ। ସେ ତାଙ୍କ ପତି ଏବଂ ଶ୍ଵଶୁର ଘର ଠାରୁ ବର୍ତ୍ତିବା ପାଇଁ ସଂରକ୍ଷଣ ଦାବି କରିଥିଲେ। ତେବେ ଗୀତା ତାଙ୍କ ନିଜ ଇଚ୍ଛାରେ ତାଙ୍କ ସ୍ଵାମୀଙ୍କୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହୁଥିଲେ। ଗୀତାଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ତାଙ୍କର ସ୍ଵାମୀ ଓ ତାଙ୍କ ଶାଶୁଘର ଲୋକ ହସ୍ତକ୍ଷେପ କରୁଥିଲେ ବୋଲି ଗୀତା ଅଭିଯୋଗ ଆଣିଥିଲେ। ତେବେ ଗୀତାଙ୍କ ଏହି ଯାଚିକାରେ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ପୂର୍ବରୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଲିଭ୍-ଇନ୍ ରିଲେସନସିପରେ ରହୁଥିବା ଏକ ଦମ୍ପତିଙ୍କୁ ସଂରକ୍ଷଣ ଦେବାକୁ ମନା କରିଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ