Masthead

ନୟାଗଡ଼ରେ ଆଉ ଏକ ଲଜ୍ଜା, ୬ବର୍ଷର ଶିଶୁଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ(ବଡ଼ ଖବର ବ୍ୟୁରୋ): ନୟାଗଡ ପରୀ ଘଟଣାର ପୁନରାବୃତ୍ତି । ପରୀ ପରେ ବେବି । ନୟାଗଡ଼ରେ ଘଟିଛି ଆଉ ଏକ ଅମାନୁଷିକ କାଣ୍ଡ । ୬ବର୍ଷର ନାବାଳିକା ବେବିକୁ ଘରୁ ଡାକି ନେଇ ପ୍ରଥମ ଦୁଷ୍କର୍ମ କଲା ପରେ ମୁଣ୍ଡରୁ ଗଣ୍ଡିକୁ କାଟି ଅଲଗା କଲା । ଏଭଳି ନାରକିୟ କାଣ୍ଡ ଭିଆଇବା ପରେ ବି ଖୁଲମଖୁଲା ଗାଁରେ ବୁଲୁଥିଲା ଅଭିଯୁକ୍ତ । ଆଉ ଶେଷରେ ନର ପିଶାଚକୁ ବାନ୍ଧିଛି ପୋଲିସ । ନିର ରାକ୍ଷସର ଏଭଳି ଲୋମହର୍ଷଣକାରୀର ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ । ଗତ୧୨ ତାରିଖ ଦିନ ବାଣିଗୋଚ୍ଛା ଗାଁର ଜଣେ ୬ବର୍ଷୀୟା ନାବାଳିକାକୁ ସେହି ଗାଁର ସାଗର ଦଳେଇ ନାମକ ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ ।

ଘଟଣା ଜଣାପଡିଯିବା ଭୟରେ ଦୁଷ୍କର୍ମ ପରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା ସାଗର । ଆଉ ଶେଷରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା । ଝିଅ ନିଖୋଜ ହେବା ପରେ ବହୁ ଖୋଜାଖୋଜି କରିଥୋଲେ ପରିବାର ଲୋକେ । ଶେଷରେ ଘଟଣାର ୬ଦିନ ପରେ ମିଳିଥିଲା ନାବାଳିକାର ଗଳିତ ମୃତଦେହ । ପୋଲିସ ପହଁଚି ଘଟଣାର ଛାନଭିନ କରିବା ସହ ଅଭିଯୁକ୍ତ ସାଗରକୁ ଗିରଫ କରିଛି । ପୋଲିସ ଆଗରେ ସାଗର ମଧ୍ୟ ତା ଦୋଷ ସ୍ୱିକାର କରିଛି । ତେବେ ପରୀ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏଭଳି ନାରକିୟ କାଣ୍ଡ ଭିଆଇଥିବା ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାପାଇଁ ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ