Masthead

ଫ୍ଲାଇଂ ଶିଖ୍ ମିଲଖା ସିଂଙ୍କ ପରଲୋକ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଫ୍ଲାଇଂ ଶିଖ୍ ଭାବେ ପରିଚିତ ମିଲଖା ସିଂଙ୍କ ପରଲୋକ ଘଟିଛି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ଦିନ ହେଲା ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୧୧ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା ।

ପାଞ୍ଚ ଦିନ ତଳେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା । ମିଲଖା ସିଂଙ୍କ ପରଲୋକରେ ଦେଶ ଜଣେ ମହାନ ଖେଳାଳିଙ୍କୁ ହରାଇଲା । ସେ ଅଗଣିତ ଭାରତୀୟ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ମିଲଖା ସିଂଙ୍କ ସ୍ୱର୍ଗତା ପତ୍ନୀ ନିର୍ମଳ ଭାରତୀୟ ମହିଳା ଭଲିବଲ ଟିମ୍‌ର ନେତୃତ୍ୱ ନେବା ସହ ପଞ୍ଚାବ ସରକାରଙ୍କ କ୍ରୀଡା ବିଭାଗର ଏକାଧିକ ପ୍ରମୁଖ ବିଭାଗର ଦାୟିତ୍ୱରେ ଥିଲେ । ପଞ୍ଚାବକୁ ଏକ ସଫଳ କ୍ରୀଡା ରାଜ୍ୟ ଭାବେ ଗଢି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । କ୍ରୀଡା ଜଗତର ଏହି ସଫଳ ଦମ୍ପତ୍ତିଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର