Masthead

ଭାରତକୁ ଅକ୍ଟୋବରରେ ଆସିବ ତୃତୀୟ ଲହର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ଲହରକୁ ନେଇ ଦେଶରେ ଲାଗିରହିଛି କଳ୍ପନାଜଳ୍ପନା । ତୃତୀୟ ଲହରକୁ ମାତ୍ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରମାନେ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ଏହାରି ଭିତରେ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଦେଶୀ ଗଣମାଧ୍ୟମ ରୟଟର କହିଛି କରୋନାର ତୃତୀୟ ଲହର ଭାରତରେ ଅକ୍ଟୋବର ଆସିପାରେ । ବିଶ୍ୱର ୪୦ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ପ୍ରଫେସର ପ୍ରଭୃତିକୁ ନେଇ ହୋଇଥିବା ସର୍ଭେ ରିପୋର୍ଟକୁ ଉଦ୍ଧାର କରି ରଏଟର ଏଭଳି ସୂଚନା ଦେଇଛି । କରୋନାର ଦ୍ୱିତୀୟ ଲହର ବେଳେ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇଯାଇଛି । ପର୍ଯ୍ୟାପ୍ତ କୋଭିଡ ହସ୍ପିଟାଲ, ଅକ୍ସିଜେନ୍ ଯୋଗାଣ, ଭ୍ୟାକ୍ସିନ୍ ଓ ଅନ୍ୟାନ୍ୟ ଡାକ୍ତରୀ ସରଞ୍ଜାମ ଦେଶରେ ଆଉ ଅଭାବ ନାହିଁ । ଏହି କାରଣରୁ ତୃତୀୟ ଲହର ନିୟନ୍ତ୍ରଣରେ ସମସ୍ୟା ହେବ ନାହିଁ ବୋଲି ଦେଶର ୭୦ପ୍ରତିଶତ ଲୋକଙ୍କ ବିଶ୍ୱାସ କରୁଛନ୍ତି ।

ରୟଟର ପକ୍ଷରୁ ହୋଇଥିବା ଏହି ସର୍ଭେରେ ସଦସ୍ୟଥିବା ନୂଆଦିଲ୍ଲାୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଦେଶରେ ସମୂହ ଟିକାକରଣ ଜୋରଦାର ଚାଳିଥିବାରୁ ତୃତୀୟ ଲହର ସେଭଳି ପ୍ରଭାବ ପକାଇପାରିବ ନାହିଁ । ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ଅତି ସହଜ ହେବ । ସର୍ଭେରେ ଭାଗ ନେଇଥିବା ୮୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଆସନ୍ତା ଅକ୍ଟେବରରେ ତୃତୀୟ ଲହର ଭାରତରେ ହିଟ୍ କରିବ । ସର୍ଭେରେ ଅଂଶଗ୍ରହଣ କରିଥିବା ୩ଜଣ ବିଶେଷଜ୍ଞ କହିଛନ୍ତି ଭାରତରେ କରୋନାର ତୃତୀୟ ଲହର ଅଗଷ୍ଟ ୧୨ରୁ ସେପ୍ଟେମ୍ବର ମଧ୍ୟରେ ଆସିପାରେ । ଆଉ ୩ଜଣ ବିଶେଷଜ୍ଞ କହିଛନ୍ତି ତୃତୀୟ ଲହର ନଭେମ୍ବର ଓ ୨୦୨୧ ଫେବୃୟାରୀ ମଧ୍ୟରେ ଆସିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ