Masthead

ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମ୍ପୂର୍ଣ୍ଣ ଦେଶରେ ରହିଛି ୬ଟି ଡେଲଟା ପ୍ଲସ ଭୂତାଣୁ । ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଦୁଇଟି ରହିଥିବା ଜଣାପଡ଼ିଛି । ୪ଟି ରାଜ୍ୟ ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସ୍ ଜିନମ ସିକ୍ୟୁଏନସିଂ ହେଉଛି । ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନସିଂ କରାଗଲେ ଜଣାପଡିବ ଯେ ଡେଲାଟା ପ୍ଲସ ଭାଇରସ୍ ସ୍ଥିତି କଣ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ସଚେତନ ହେଉନାହାନ୍ତି । ଲକଡାଉନକୁ କୋହଳ କରିବାଦ୍ୱାରା ଲୋକମାନେ ଅମାନିଆ ହୋଇ ବାହାରେ ବୁଲୁଛନ୍ତି । ତେଣୁ ସମସ୍ତେ ସରକାରଙ୍କ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ ।

ଅନ୍ୟପକ୍ଷରେ ଟିକା ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆନାଲିସିସ୍ କରିବା ପାଇଁ ଟେକିନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମାଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ, ୦.୦୩ ପ୍ରତିଶତ ଦ୍ବିତୀୟ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଏହା ମଧ୍ୟରେ ଭଲ ଖବର କି ଭ୍ୟାକ୍ସିନେସନ ପରେ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି