Masthead

କରୋନା କଟକଣା ଭାଙ୍ଗି ସେତୁ ଉଦଘାଟନ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ

କୋଣାର୍କ(ବଡ଼ ଖବର ବ୍ୟୁରୋ): କରୋନା କଟକଣାକୁ ଫୁ କଲେ ମନ୍ତ୍ରୀ । ଥାନାରେ ଦିଆଗଲା ଏତଲା । ବିଜେପି ପକ୍ଷରୁ ଦିଆଯାଇଛି ଏତଲା । ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ନିୟମ ଭାଙ୍ଗି ଗୋପ ବ୍ଲକର ଧନୁଆଁ-ବୋଇତଗଙ୍ଗା ସେତୁର ଉଦଘାଟନ କରି ବିବାଦକୁ ଆସିଛନ୍ତି । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ଉପରେ ବିଜେପି ପକ୍ଷରୁ ଗୋପ ଥାନାରେ ଏତଲା ଦିଆଯାଇଛି । ପୁରୀ ଜିଲ୍ଲାରେ ସଂକ୍ରମଣ ଅଧିକ ଥିବା ଦର୍ଶାଯାଇଥିଲେ ମଧ୍ୟ ମନ୍ତ୍ରୀ ନିଜେ କୋଭିଡ ନିୟମ ଭାଙ୍ଗି ସେତୁର ଉଦଘାଟନ କରିଛନ୍ତି ।

ଯେଉଁଠି ସାଧାରଣ ସଭା ସମିତି ପାଇଁ ଲୋକଙ୍କ ଉପରେ କଟକଣା ଲଗାଯାଉଛି । ସେଠି ମନ୍ତ୍ରୀ କିଭଳି କରୋନା କଟକଣାକୁ ଫୁ କରି ଉଦଘାଟନ କାର୍ୟ୍ୟରେ ଯୋଗ ଦେଲେ ତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥତିରେ ମନ୍ତ୍ରୀ ସାମାଜିକ ଦୂରତା ଭୁଲି ଶହ ଶହ ସମର୍ଥକଙ୍କ ଗହଣରେ ସେତୁ ଉଦଘାଟନ କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ହେବ ନା ପ୍ରଶାସନ ଚୁପ୍ ରହିବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ