Masthead

କରୋନା କଟକଣା ଭାଙ୍ଗି ସେତୁ ଉଦଘାଟନ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ

କୋଣାର୍କ(ବଡ଼ ଖବର ବ୍ୟୁରୋ): କରୋନା କଟକଣାକୁ ଫୁ କଲେ ମନ୍ତ୍ରୀ । ଥାନାରେ ଦିଆଗଲା ଏତଲା । ବିଜେପି ପକ୍ଷରୁ ଦିଆଯାଇଛି ଏତଲା । ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ନିୟମ ଭାଙ୍ଗି ଗୋପ ବ୍ଲକର ଧନୁଆଁ-ବୋଇତଗଙ୍ଗା ସେତୁର ଉଦଘାଟନ କରି ବିବାଦକୁ ଆସିଛନ୍ତି । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ଉପରେ ବିଜେପି ପକ୍ଷରୁ ଗୋପ ଥାନାରେ ଏତଲା ଦିଆଯାଇଛି । ପୁରୀ ଜିଲ୍ଲାରେ ସଂକ୍ରମଣ ଅଧିକ ଥିବା ଦର୍ଶାଯାଇଥିଲେ ମଧ୍ୟ ମନ୍ତ୍ରୀ ନିଜେ କୋଭିଡ ନିୟମ ଭାଙ୍ଗି ସେତୁର ଉଦଘାଟନ କରିଛନ୍ତି ।

ଯେଉଁଠି ସାଧାରଣ ସଭା ସମିତି ପାଇଁ ଲୋକଙ୍କ ଉପରେ କଟକଣା ଲଗାଯାଉଛି । ସେଠି ମନ୍ତ୍ରୀ କିଭଳି କରୋନା କଟକଣାକୁ ଫୁ କରି ଉଦଘାଟନ କାର୍ୟ୍ୟରେ ଯୋଗ ଦେଲେ ତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥତିରେ ମନ୍ତ୍ରୀ ସାମାଜିକ ଦୂରତା ଭୁଲି ଶହ ଶହ ସମର୍ଥକଙ୍କ ଗହଣରେ ସେତୁ ଉଦଘାଟନ କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ହେବ ନା ପ୍ରଶାସନ ଚୁପ୍ ରହିବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ