Masthead

ଅନଲାଇନ୍ କ୍ଲାସରେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ଅନଲାଇନ କ୍ଲାସରେ ଛାତ୍ରଙ୍କ ମୋବାଇଲ ଫାଟିଲା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ। କୋରାନା ମହାମାରୀ ଯୋଗୁଁ ଏବେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଯୋଗେ ପାଠ ପଢୁଛନ୍ତି। ସାତ୍ୱିକ୍ ସବୁଦିନ ଭଳି ଅନଲାଇନରେ ଆଜି ପାଠ ପଢ଼ୁଥିଲେ । ସାତ୍ୱିକ୍ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । କ୍ଲାସ୍ ସାରି ହୋମ୍ ୱାର୍କ ଆରମ୍ଭ କରିବା ବେଳକୁ ତାଙ୍କ ମୋବାଇଲ ବିସ୍ପୋରଣ ହୋଇଥିଲା ।

ଶବ୍ଦ ଶୁଣି ଘର ଲୋକେ ଘଟଣାସ୍ଥଳକୁ ଆସିଥିଲେ। ହେଲେ ସାତ୍ଵିକଙ୍କର କୌଣସି କ୍ଷତି ହୋଇନଥିଲା । ଅଳ୍ପକେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି ସାତ୍ଵିକ । ବର୍ତ୍ତମାନ କୁନି ପିଲାଟି ଭୟଭୀତ ଥିବା କହିଛନ୍ତି ବାପା-ମା’ । ଅନଲାଇନ୍ କ୍ଲାସରେ ମୋବାଇଲ ପ୍ରତି ସତର୍କ ନ ରହିଲେ ଅନଲାଇନ କ୍ଲାସ୍ ଯେ ପିଲାଙ୍କ ପାଇଁ ଏକ ବଡ଼ ବିପଦ ଆଣିପାରେ ଏହାକୁ ଆଡ଼େଇ ଦିଆଯାଇନପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ