Masthead

Zomato Boyଙ୍କ ଭାଗ୍ୟ ବଦଳିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାଗ୍ୟ କେତେବେଳେ ଯେ ବଦଳିଯିବ ତାହା କାହାକୁ ବି ଜଣା ନଥାଏ । ଆଉ ଠିକ୍‌ ଏହିପରି ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହେବେ। ଜଣେ ଜମାଟୋ ବଏ ନିଜେ ସାଇକେଲ ଚଳାଇ ଚଳାଇ ଖାଇବା ଡେଲିଭରି ଦେଇଥିଲେ ଆଉ ଖାଇବା ଅର୍ଡର କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଏକ ବାଇକ୍‌ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜୁନ୍‌ ୧୪ ତାରିଖ ରାତି ପ୍ରାୟ ୧୦ ଟା ହେବ। ହାଇଦ୍ରାବାଦ୍‌ର ବାସିନ୍ଦା ରୋବିନ ମୁକେଶ ହୋଟେଲ୍‌ରୁ ଖାଇବା ଅର୍ଡର କରିଥିଲେ। ଆଉ ଏହି ଡେଲିଭରି ଦାୟିତ୍ୱ ଜୋମାଟୋର ଏକଜ୍ୟୁକିଟିଭ୍‌ ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ହେଲେ ଖାଇବା ଡେଲିଭରି କରିବା ପାଇଁ ତାଙ୍କ ପାଖରେ ଗାଡ଼ି ନଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ତାଙ୍କୁ ଖାଇବା ଅର୍ଡର କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାର ଥିଲା। ହୋଟେଲରୁ ଅର୍ଡ଼ର କରିଥିବା ବ୍ୟକ୍ତିଙ୍କ ଘରର ଦୂରତା ପ୍ରାୟ ୯ କିଲୋମିଟର ଥିଲା। ରାତି ୧୦ଟା ସମୟରେ ୯ କିମିର ରାସ୍ତାକୁ ସାଇକେଲ୍‌ରେ ମାତ୍ର ୨୦ ମିନିଟ୍‌ରେ ଖାଦ୍ୟ ପହଞ୍ଚାଇଥିଲେ ଡେଲିଭରି ବଏ ।

ଯେତେବେଳେ ରୋବିନ ଅକିଲ୍‌ଙ୍କୁ ଦେଖିଥିଲେ ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଡେଲିଭରି ବଏର ଏହି କାର୍ୟ୍ୟରେ ଖୁସି ହୋଇ ରୋବିନ୍‌ ଅକିଲଙ୍କ ସହ ଫଟୋ ଉଠାଇଥିଲେ। ସେହି ଫଟୋକୁ ଫେସବୁକ୍‌ରେ ସେୟାର ମଧ୍ୟ କରିଥିଲେ । ଏହି ସମୟ ଭିତରେ ରୋବିନ୍‌ ଅକିଲଙ୍କ ପାଇଁ ଏକ ବାଇକ୍‌ କିଣିଦେବା ଲାଗି ସ୍ଥିର କରିସାରିଥିଲେ । ଅକିଲଙ୍କ ପରିବାରର ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଗତ ବର୍ଷ ଜୋମାଟୋ ସହିତ ଯୋଡ଼ି ହୋଇଥିଲେ। ଆଉ ଗାଡ଼ି କିଣିବାକୁ ସାମର୍ଥ୍ୟ ନଥିବାରୁ ସେ ସାଇକେଲରେ ବୁଲିବୁଲି ଡେଲିଭରି କରୁଛନ୍ତି। ସବୁ କଥା ଶୁଣି ଦାରିବା ପରେ ରୋବିନ୍‌ ଅକିଲଙ୍କ ପାଇଁ ବାଇକ୍‌ କିଣିଦେବା ସହ ତାଙ୍କ କଲେଜ୍‌ର ଫି ମଧ୍ୟ ଭରିଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଅକିଲ ନୂଆ ବାଇକ୍‌ରେ ଖାଇବା ଡେଲିଭରି କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା