ଚମ୍ପକ ଦ୍ଵାଦଶୀରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା

ପୁରୀ(ବଡ଼ ଖବର ବ୍ୟୁରୋ):ଚମ୍ପକ ଦ୍ଵାଦଶୀରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ବିବାହ ପରଦିନ ଦେବଦମ୍ପତି ନଗର ପରିକ୍ରମା କରିବେ। ଦେବଦମ୍ପତିଙ୍କୁ ସ୍ବାଗତ କରି ଶ୍ରୀକ୍ଷେତ୍ରବାସୀ ପନ୍ତି ଭୋଗ ଲଗାଇଛନ୍ତି। ଅପରାହ୍ନରେ ଠାକୁର ପାଲିଙ୍କିକୁ ବିଜେ ହୋଇ ରାତି ୯ଟା୩୦ରେ ଠାକୁରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ସକାଳ ଧୂପ, ଭୋଗମଣ୍ଡପ ଓ ମଇଲମ ସରିବାପରେ ଠାକୁରଙ୍କ ଆଲଟ ଲାଗି ବଢିବ ।

ତିନି ବାଡ଼ରେ ଯାତ୍ରାଙ୍ଗୀ ମହାସ୍ନାନ ହୋଇ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯିବ। ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ଓ ଦକ୍ଷିଣିଘର ଭୋଗ ସରିଲେ ଦେବଦମ୍ପତି ଭିତରକୁ ବିଜେ ହେବେ । ଦେବଦମ୍ପତିଙ୍କୁ ବନ୍ଦାପନା କରାଯିବ। ଏହାପରେ ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହେବେ । ବିମାନବଡୁ ସେବକମାନେ ପାଲିଙ୍କି କାନ୍ଧେଇ ଶ୍ରୀମନ୍ଦିରକୁ ପରିକ୍ରମା କରି ନଗର ପରିକ୍ରମାକୁ ବାହାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ