Masthead

ପ୍ରକୃତିର ବିସ୍ମୟ ‘ଷ୍ଟ୍ରବେରୀ ମୁନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର ଗୋଲାର୍ଦ୍ଧରେ ସୋମବାରଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମଋତୁ । ବିଦାୟ ନେଇଛି ଋତୁରାଜ ବସନ୍ତ । ଉତ୍ତର ଗୋଲାର୍ଦ୍ଧ ଆକାଶରେ ଆସନ୍ତା ୨୪ ତାରିଖ ରାତିରେ ଦେଖାଦେବ ଷ୍ଟ୍ରବେରୀ ଚନ୍ଦ୍ର । ଆକାଶରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖିଲେ ଉତ୍ତର ଗୋଲାର୍ଦ୍ଧର ଲୋକମାନେ ଜାଣନ୍ତି ବସନ୍ତଋତୁ ଗଲା, ଗ୍ରୀଷ୍ମଋତୁ ଆସିଲା । ଷ୍ଟ୍ରବେରୀ ଚନ୍ଦ୍ର ଆକାଶରେ ଦେଖି ଇକ୍ୱେଟରର ଉତ୍ତରାଞ୍ଚଳର ଲୋକମାନେ ଧରିନିଅନ୍ତି ଆସିଗଲା ବର୍ଷର ସବୁଠାରୁ ବଡ଼ଦିନ ।

ପ୍ରଥମେ ଚନ୍ଦ୍ର ଗାଢ ଅରେଞ୍ଜ କଲରରେ ଦୃଶ୍ୟମାନ ହେବ । ପରେ ଏହା ଧୀରେ ଧୀରେ ୟେଲୋ ହୋଇ ଦିଗବଳୟ ଉପରେ ଦେଖାଦେବ । ମଝି ଆକାଶରେ ଚନ୍ଦ୍ରର ଆଲୋକ ଅଧିକ ଉଜ୍ୱଳ ଦେଖାଯିବ । ଚନ୍ଦ୍ରର ଆଲୋକ ବେଳେ ବେଳେ ଏତେ ଉଜ୍ୱଳ ହେବ ଯେ ଖାଲି ଆଖିରେ ଦେଖିବା ଅସମ୍ଭବ ହୋଇପଡିବ । ଆମେରିକାର ପ୍ରାଚୀନ ଆଦିବାସୀମାନେ ଏହି ସମୟରେ ଚନ୍ଦ୍ରର ବିଭିନ୍ନ ନାମକରଣ କରିଛନ୍ତି । ସ୍ୱାଦିଷ୍ଟ ଫଳ ଷ୍ଟ୍ରବେରୀ ଉତ୍ପାଦନ ବେଳେ ସେମାନେ ଚନ୍ଦ୍ରର ନାମ ଷ୍ଟ୍ରବେରି ମୁନ୍ ରଖିଛନ୍ତି । ପୃଥିବୀର ବିଭିନ୍ନ ଭାଗରେ ଚନ୍ଦ୍ରର ନାମ କରଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର