Masthead

ମେଣ୍ଟିବ କି ପଞ୍ଜାବ କଂଗ୍ରେସ କଳହ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦଳୀୟ କଳହ ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ଆଗରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବଜାତ ସିଂ ସିନ୍ଧୁଙ୍କ ମଧ୍ୟରେ ଚାଲିଥିବା ମତାନ୍ତରକୁ ନେଇ ରାହୁଲ ଗାନ୍ଧି ଚିନ୍ତା ପ୍ରକଟ କରିବା ସହିତ ଏହାକୁ ମିମାଂସା କରିବାକୁ ଚେଷ୍ଟା କରୁଛନ୍ତି । ଏହି ଦଳୀୟ କନ୍ଦଳକୁ ମେଣ୍ଟାଇବାକୁ ଦଳୀୟ ବିଧାୟକମାନଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧି । ତେବେ ଅମରନ୍ଦ୍ର ସିଂ ଜିଦରେ ଅଟଳ ରହିଛନ୍ତି । କନ୍ଦଳ ମେଣ୍ଟାଇବାକୁ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀରେ ବି ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏହାର କୌଣସି ଲାଭ ହୋଇନଥିଲା ।

ଆଜି ପଞ୍ଜାବ ବିଧାୟକ ମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି । ତେବେ ରାହୁଲଙ୍କ ଏହି ବୈଠକ ବି ସଫଳ ହେବାନେଇ କୌଣସି ଆଶଙ୍କା କରାଯାଉନି । କାରଣ ନବଜାତ ସିଂ ସିନ୍ଧୁ ଅମରିନ୍ଦର ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲି ବସିଛନ୍ତି । ତେବେ ଏହି ବୈଠକରେ କି ନିଷ୍ପତ୍ତି ନିଆଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ