Masthead

ଗୋଟିଏ ମାସରେ ୪୧% ମାମଲା: ୩୩ ପ୍ରତିଶତ ଜୀବନ ନେଲାଣି ସେପ୍ଟେମ୍ବର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି । ସେପ୍ଟେମ୍ବର ମାସରେ ଏହା ଭୟଙ୍କର ହୋଇଛି । ଜୀବନ ଜୀବିକା ସ୍ୱାଭାବିକ ହେଉଥିବା ବେଳେ କରୋନା ଭୟ ବଢ଼ାଇ ଦେଇଛି । ସମସ୍ତ ରେକର୍ଡକୁ ପାର କରିଯାଇଛି ସେପ୍ଟେମ୍ବର ମାସ । ଦେଶର ସମସ୍ତ ରାଜ୍ୟରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଦେଶରେ ୬୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି । ୯୮ ହଜାର ୬୨୮ ଜଣଙ୍କ ମୃତ୍ୟୁ ହେଲାଣି ।
ସବୁଠୁ ବଡ଼ କଥା ହେଲା କେବଳ ସେପ୍ଟେମ୍ବର ମାସରେ ହିଁ ୩୩ ହଜାରରୁ ଅଧିକ ଲୋକ କରୋନାରେ ମଲେଣି । ଅର୍ଥାତ୍ ମୋଟ ମୃତ୍ୟୁର ୩୩ ପ୍ରତିଶତରୁ ଅଧିକ ମୃତ୍ୟୁ ସେପ୍ଟେମ୍ବରରେ ହିଁ ହୋଇଛି । ପରିସଂଖ୍ୟାନ ଅନୁସାରେ, ସେପ୍ଟେମ୍ବର ୩୦ରେ ୧୧୭୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ସେପ୍ଟେମ୍ବରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୩ ହଜାର ୨୫୫ ହୋଇଛି । ଅଗଷ୍ଟ ମାସରେ ୨୮ ହଜାର ୮୫୯ ଲୋକଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୩୦ରେ ଦେଶରେ ୯୬ ହଜାର ୭୬୮ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ପାର କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ହାର ୮୩.୫୩ ପ୍ରତିଶତ ରହିଛି । ସେହିପରି କରୋନା ଜନିତ ମୃତ୍ୟୁହାର କମିବା ସହ ୧.୫୬ ପ୍ରତିଶତକୁ ଖସିଆସିଛି । ୧୩ ଲକ୍ଷ ୮୪ ହଜାର ୪୪୬ ମାମଲା ସହ ମାହାରଷ୍ଟ୍ର ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ରହିଛି । ମହାରଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୬୩ ହଜାର ୬୬୨ ଜଣ ଲୋକଙ୍କ ଜୀବନ ନେଇଛି କରୋନା । ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ଦିଲ୍ଲୀ କ୍ରମାନ୍ୱୟରେ ଅଧିକ ସଂକ୍ରମିତ ରାଜ୍ୟ ତାଲିକାରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’