୬ଦିନ ହେବ ଅନଶନରେ ବସିଛନ୍ତି ଆଦିବାସୀ

କୋକସରା (ବଡ଼ ଖବର ବ୍ୟୁରୋ): ସାହାଜଖୋଲ ଜଙ୍ଗଳଲେ ଆଦିବାସୀଙ୍କୁ ମାରଣାନ୍ତକ ଆକ୍ରମଣ । ୨୩ ଦିନ ହେଇଗଲାଣି ହେଲେ ଆକ୍ରମଣକାରୀଙ୍କୁ ଗିରଫ କରିପାରିନି ପୋଲିସ । ଏନେଇ ଆଜିକୁ ୬ ଦିନ ହେବ ଅନଶନରେ ବସିଛନ୍ତି ଆଦିବାସୀ । ଆମପାଣି ଥାନାର ଗୋତମୁଣ୍ଡା ବିଟ ସାହାଜଖୋଲ ଜଙ୍ଗଲରେ ଥିବା ଡୁମେରପାଣି ଓ ଭତାପାଣି ରହୁଥିବା ଆଦିବାସୀଙ୍କୁ ଜଙ୍ଗଲ ବିଭାଗ ଓ ସାହାଜ ସୁରକ୍ଷା ସମିତି ଆକ୍ରମଣ କରିଥିଲେ । ଆଦିବାସୀଙ୍କ ଘର ଭାଙ୍ଗି ଦେଇଥିଲେ । ଛୋଟ ଛୁଆଙ୍କୁ ମଧ୍ୟ ମାଡ ମାରିଥିଲେ । ସେ ନେଇ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆଦିବାସୀଙ୍କ ଆକ୍ରମଣ ଘଟଣାକୁ ନେଇ ବଡ଼ ଖବର ବାରମ୍ବାର ଦେଖାଇଥିଲା । ଖବର ପ୍ରସାରଣ ପରେ ଘଟଣାସ୍ଥଳରେ କଳାହାଣ୍ଡି ଏସପି ଓ ଏସପିଡିଓ ତଦନ୍ତ ପାଇଁ ଯାଇଥିଲେ । ହେଲେ ତଦନ୍ତ ତଦନ୍ତ ରେ ରହି ଯାଇଛି । ଝରୀଗାଁ ବିଧାୟକ ପ୍ରକାଶ ମାଝୀ ସମେତ ନବରଙ୍ଗପୁର ସବ-କଲେକ୍ଟର ଚାନ୍ଦାହାଣ୍ଡି ବିଡ଼ିଓ, ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ଏ ପର୍ୟ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିପାରିନାହିଁ । ଏତେ ଦିନ ହେଲା ଦୋଷୀକୁ କାହିଁକି ଦଣ୍ଡ ମିଳୁନି, ପୋଲିସକୁ ରାଜନୈତିକ ଚାପ ପଡୁନିତ ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଆଦିବାସୀ ଙ୍କୁ ବେଘର କରିଦେବା ପରେ ବର୍ତମାନ ତମ୍ବୁ ଗାଡି ରହୁଛନ୍ତି । ଅନେକ ଥର ଅନଶନ ମଧ୍ୟ କରିଛନ୍ତି ହେଲେ ଆଦିବାସୀଙ୍କୁ ନ୍ୟାୟ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ