Masthead

ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲର ଦାମ କେତେ ?

ଭୁବେନଶ୍ବର (ବଡ଼ ଖବର ବ୍ୟୁେରା): ଦିନକୁ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଦର ଏତେ ବଢିଲାଣି ଯେ, ସ୍ଥିତି ଅସମ୍ଭାଳ ହେବୋର ଲାଗିଛି । ୫୪ ଦିନରେ ୩୦ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ସାରା ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଶତକ ପାର କରିଛି । ସେପଟେ ମାଲକାନଗିରିରେ ପେଟ୍ରୋଲ ଦର ସବୁଠାରୁ ଅଧିକ ରହିଛି । ମାଲକାନଗିରିେର ପେଟ୍ରାଲ ଦର ୧୦୪ ଟଙ୍କା ୧୨ ପଇସା ଥିବା ବେଳେ ଡିଜେଲ ଦର ୧୦୧ ଟଙ୍କା ପାର କରିଛି ।

ମହାମାରୀ ସାଙ୍ଗକୁ ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ସାରା ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଶତକ ପାର କରିଛି । ଓଡ଼ିଶାରେ ସବୁଠାରୁ ଅଧିକ ପେଟ୍ରୋଲ ଦାମ ରହିଛି ମାଲକାନଗିରି ଜିଲ୍ଲାରେ । ସାଧାରଣ ପେଟ୍ରୋଲ ୧୦୪ ଟଙ୍କା ୩୭ ପଇସା ଥିବା ବେଳେ ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ୧୦୮ ଟଙ୍କା ୧୨ ପଇସା ରହିଛି । ସେହିପରି ୧୦୧ ଟଙ୍କା ୮୫ ପଇସା ରହିଛି ଡିଜେଲର ଦାମ । ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ।

କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶର ମୋଟ୍ ୯ଟି ରାଜ୍ୟରେ ପେଟ୍ରୋଲ ଦର ୧୦୦ ଛୁଇଁଛି । ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ଚେନ୍ନାଇ, କୋଲକାତା, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀରରେ ବଢୁଛି ପେଟ୍ରୋଲ ଦର ।

୫ଟି ରାଜ୍ୟରେ ନିର୍ବାଚନ ସରିବା ପରେ ଏବେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ମହାମାରୀ ସମୟରେ ବର୍ଦ୍ଧିିତ ପେଟ୍ରୋଲ ଓ ଡିଜେଲ ଦର ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ମନେ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର