Masthead

‘ବଡ଼ ଖବର’ର ପ୍ରଭାବ, ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କ ସନ୍ଦେହଜନକ ଭୂମିକାକୁ ନେଇ ବଡ଼ ଖବର ଏଡିଟରିଆଲ ସୋ ରେ ଖବର ପ୍ରସାରଣ କରାଯାଇ ଥିଲା। ଟିକନିକ ତଥ୍ୟ ରଖାଯାଇଥିଲା । ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ବିରୋଧରେ ପଥର ଖାଦାନ ଟେଣ୍ଡରରେ ଅନିୟମିତତା ଅଭିଯୋଗ ହୋଇଥିଲା । ସରକାରଙ୍କ ଏହି ବ୍ୟୁରୋକ୍ରାଟ୍ ବାବୁ କେବଳ ଅନିୟମିତତା କରିନଥିଲେ, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଡ଼ିକୁ ଛାଡି ସେ ଅନ୍ୟ ଏକ ଗାଡ଼ି ବ୍ୟବହାର କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା । ଜିଲ୍ଲାରେ ଲଘୁ ଖଣିଜ ସମ୍ପର୍କିତ ଟେଣ୍ଡର ସରିବା ପରେ ଜିଲ୍ଲାପାଳ ଟେଣ୍ଡର ବକ୍ସକୁ ନିଜ ବାସଭବନକୁ ନେଇଯାଇଥିଲେ । ପରେ ସେ ଛୁଟିରେ ଯିବେ ବୋଲି ଟେଣ୍ଡର କ୍ଲୋଜିଂର ତିନିଦିନ ପରେ ୨ ବକ୍ସକୁ ଟ୍ରେଜେରି ଅଫିସରେ ଦାଖଲ କରିଥିଲେ । ଏହାକୁ ନେଇ ବଡ଼ ଖବର ପ୍ରଶ୍ନ ଉଠାଇଥିଲା । ଏହାକୁ ନେଇ ମାଲକାନଗିରି ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ ସିଂଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଡକ୍ଟର ୱାଇ ବିଜୟଙ୍କୁ ମିଳିଛି ପ୍ରାଣୀ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ।

ଅନ୍ୟପଟେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ଡଙଊଉର ଉଋଙ ଭାବେ ନିଯୁକ୍ତ କରାଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ କରାଯାଇଛି ଏବଂ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। ମୋନୀଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଅବୋଲି ସୁନୀଲ ନରଓ୍ୱଣେ ସୁବର୍ଣ୍ଣପୁର ଜିଲ୍ଲାପାଳ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି