Masthead

‘ବଡ଼ ଖବର’ର ପ୍ରଭାବ, ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କ ସନ୍ଦେହଜନକ ଭୂମିକାକୁ ନେଇ ବଡ଼ ଖବର ଏଡିଟରିଆଲ ସୋ ରେ ଖବର ପ୍ରସାରଣ କରାଯାଇ ଥିଲା। ଟିକନିକ ତଥ୍ୟ ରଖାଯାଇଥିଲା । ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ବିରୋଧରେ ପଥର ଖାଦାନ ଟେଣ୍ଡରରେ ଅନିୟମିତତା ଅଭିଯୋଗ ହୋଇଥିଲା । ସରକାରଙ୍କ ଏହି ବ୍ୟୁରୋକ୍ରାଟ୍ ବାବୁ କେବଳ ଅନିୟମିତତା କରିନଥିଲେ, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଡ଼ିକୁ ଛାଡି ସେ ଅନ୍ୟ ଏକ ଗାଡ଼ି ବ୍ୟବହାର କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା । ଜିଲ୍ଲାରେ ଲଘୁ ଖଣିଜ ସମ୍ପର୍କିତ ଟେଣ୍ଡର ସରିବା ପରେ ଜିଲ୍ଲାପାଳ ଟେଣ୍ଡର ବକ୍ସକୁ ନିଜ ବାସଭବନକୁ ନେଇଯାଇଥିଲେ । ପରେ ସେ ଛୁଟିରେ ଯିବେ ବୋଲି ଟେଣ୍ଡର କ୍ଲୋଜିଂର ତିନିଦିନ ପରେ ୨ ବକ୍ସକୁ ଟ୍ରେଜେରି ଅଫିସରେ ଦାଖଲ କରିଥିଲେ । ଏହାକୁ ନେଇ ବଡ଼ ଖବର ପ୍ରଶ୍ନ ଉଠାଇଥିଲା । ଏହାକୁ ନେଇ ମାଲକାନଗିରି ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ ସିଂଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଡକ୍ଟର ୱାଇ ବିଜୟଙ୍କୁ ମିଳିଛି ପ୍ରାଣୀ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ।

ଅନ୍ୟପଟେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ଡଙଊଉର ଉଋଙ ଭାବେ ନିଯୁକ୍ତ କରାଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ କରାଯାଇଛି ଏବଂ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। ମୋନୀଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଅବୋଲି ସୁନୀଲ ନରଓ୍ୱଣେ ସୁବର୍ଣ୍ଣପୁର ଜିଲ୍ଲାପାଳ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର