Before Header

କଲବଲ କରୁଛି କୁହୁଡି, ୧୧ ଜିଲ୍ଲା ପାଇଁ ଆଲର୍ଟ ଜାରି

0 525

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଲବଲ କରୁଛି କୁହୁଡି । କୁହୁଡି ପାଇଁ ଦେଖାଯାଉନାହିଁ ରାସ୍ତାଘାଟ । ଯେଉଁଥିପାଇଁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ଆସୁଥିବା ବେଳେ ଆହୁରି ୩ ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ଆଜି ଏବଂ ୨୧ ଓ ୨୨ ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ଆଜି ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ ପାଇଁ ଆଲର୍ଟ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ୨୧ ତାରିଖ ୮ଟା ୩୦ ଆଲର୍ଟ ଜାରି ହୋଇଛି ।

Leave A Reply

Your email address will not be published.