Masthead

ପି.ଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ନଜଣାଇ ଟ୍ରୋଲ ହେଲେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇନଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବର୍ତ୍ତମାନ ସମାଲୋଚନାର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ। ବିଜେପି ପକ୍ଷରୁ ରହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରାଯାଇଛି। ବିଜେପି ନେତା ତଥା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀ ଟ୍ବିଟ୍ କରି କହିଛନ୍ତି, ” ଟୁଇଟରରେ ଅଧିକାଂଶ ସମୟ ଆକ୍ଟିଭ ରହୁଥିବା ରାହୁଲ ଗାନ୍ଧୀ ଏତେ ବ୍ୟସ୍ତ ହୋଇଗଲେ ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପି.ଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଗଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଶ୍ରୀ ରାହୁଲ ଗାନ୍ଧୀ ଏତେ ବ୍ୟସ୍ତ ଯେ ସେ ଶ୍ରୀ ପି.ଭି. ନରସିଂହ ରାଓଙ୍କ ୧୦୦ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଭୁଲି ଯାଇଛନ୍ତି। ରେଡ୍ଡୀ କହିଛନ୍ତି ଯେ, ଦେଶ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ବିଜେପି ପାର୍ଟି ଲାଇନରୁ ଉପରକୁ ଉଠି ଶ୍ରଦ୍ଧାଞ୍ଜଳି ଜଣାଏ ସେ କଂଗ୍ରେସ ନେତା ହୁଅନ୍ତି କିମ୍ବା ଅନ୍ୟ କୌଣସି ଦଳର ନେତା। ପିଭି ନରସିଂହ ରାଓ ଭାରତରେ ଅର୍ଥନୈତିକ ସଂସ୍କାର ଆଣିଥିଲେ। ସଙ୍କଟ ସମୟରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ନରସିଂହ ରାଓଙ୍କ ନାତି ତଥା ବିଜେପି ନେତା ଏନ.ଭି ସୁଭାଷ ମଧ୍ୟ ତାଙ୍କ ଜେଜେବାପାଙ୍କୁ ଶ୍ରଦ୍ଧାଞ୍ଜଳି ନ ଦେଇଥବାରୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଛନ୍ତି, “ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ସ୍ୱର୍ଗତ ପିଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇନାହାଁନ୍ତି କାରଣ ସେ ଦକ୍ଷିଣ ଭାରତରୁ ଆସିଥିଲେ ଏବଂ ସେ ଗାନ୍ଧୀ ପରିବାରର ନୁହଁନ୍ତି।

ଭାରତର ନବମ ତମ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଜୁନ୍ ୧୯୯୧ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ମେ ୧୯୯୬ ପର୍ଯ୍ୟନ୍ତ ସେ କ୍ଷମତାରେ ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ଅନେକ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ଦଳର ମନ୍ତ୍ରୀ ତଥା ବହୁ ଦଳର ରାଜନେତା ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି ନରସିଂହ ରାଓ ଜୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଜାତୀୟ ବିକାଶରେ ତାଙ୍କର ଅବଦାନକୁ ଭାରତ ମନେ ରଖିଛି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ