ପିଲା ଚୋରକୁ ଧରିଲେ, ନିସ୍ତୁକ ପିଟିଲେ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ ଘଟଣା । ଶିଶୁପୁତ୍ରକୁ ଚାଲାଣ ବେଳେ ଜଣେ ମହିଳାଙ୍କ ସହ ଜଣେ ଯୁବକକୁ ଧରିଲେ ଗ୍ରାମବାସୀ। ଶିଶୁ ପୁତ୍ରର ଦେହରେ ଚେଙ୍କ ଦେବା ସହିତ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଉତ୍ତ୍ୟକ୍ତ ଲୋକ ମହିଳା ଓ ଯୁବକଙ୍କୁ ଗଛ ରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣା ସ୍ଥଳେରେ ଜଳେଶ୍ୱର ପୋଲିସ ପହଂଚି ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚାର ଉଚରା କରୁଛି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କୁଣ୍ଡୁଳି ଗ୍ରାମରେ ଥିବା ଟାଟା ଇଟା ଭାଟିରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳର କାସରାଇ ମାରାଣ୍ଡି ଚଳିତ ବର୍ଷ କାମ କରିବା ପାଇଁ ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ଆସିଥିଲେ ।

କିନ୍ତୁ ଗତକାଲି କାସରାଇ ଏବଂ ତାଙ୍କ ସ୍ତ୍ରୀ ଖାଇବାକୁ ବସିଥିବା ବେଳେ ତାଙ୍କ ୩ ବର୍ଷର ବଡ ପୁଅ ହରି ମାରାଣ୍ଡି ଇଟା ଭାଟିରେ ଖେଳୁଥିଲା । ଖାଇ ସାରି କାସରାଇ ପୁଅକୁ ଖୋଜିଲା ବେଳକୁ ପାଇ ନଥିଲେ । ବହୁ ସମୟର ଖୋଜା ଖୋଜି ପରେବି ପୁଅକୁ ପାଇ ନଥିଲେ । ଆଜି କାସରାଇ ରାଇବଣିଆ ଥାନାରେ ପୁଅ ନିଖୋଜର ଅଭିଯୋଗ ପରେ ରାଇବଣିଆ ପୋଲିସ ଓ ଜଳେଶ୍ଵର ଏସଡିପିଅ ଘୋଟଣା ସ୍ଥଳରେ ଇଟା ଭାଟି ସହିତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦିଗରୁ ଛାନଭିନ ଆରମ୍ଭ କରିଥିଲା । ହେଲେ ଶିଶୁ ପୁଅକୁ ଅନ୍ୟତ୍ର ଚାଲାଣ ବେଳେ ଧରିଥିଲେ ଗ୍ରାମବାସୀ। ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!