Masthead

ଅଣ୍ଡା ଫୁଟି ବାହାରିଲେ ଅଜଗର ଛୁଅ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ନିଆଳି ଗାଁରୁ ଉଦ୍ଧାର ହୋଇଥିବା ଅଜଗର ସାପ ଅଣ୍ଡାରୁ ଫୁଟିଲା ଛୁଆ । ଗତ ମେ ମାସରେ ଏହି ଅଣ୍ଡା ଗୁଡିକୁ ଉଦ୍ଧାର କରାଯାଇଥିଲା । ଚନ୍ଦକା ବନ ବିଭାଗ ୨୮ଟି ଅଣ୍ଡା ଉଦ୍ଧାର କରି ହଳଦିଆ ରେଜଂ ମିନିସିଂହ ପାଟଣା ଠାରେ ସୁରକ୍ଷିତ ଭାବରେ ରଖିଥିଲେ। ସେଠାରେ ୮ରୁ ୧୦ ଟି ଅଣ୍ଡା ଫୁଟି ଛୁଆ ବାହାରିଥିବା ଜଣାପଡିଛି। ମେ ମ।ସରେ ଗାଁ ନିକଟ ଜଙ୍ଗଲରୁ ଏକ ବିରାଟ ଅଜଗର ଉଦ୍ଧାର କରାଯାଇଥିଲା ।

ଏନେଇ ସ୍ନେକ ହେଲ୍ପଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ ଗ୍ରାମବାସୀ । ପରେ ଉଭୟ ବନ ବିଭାଗ ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ପହଂଚି ସାପଟି ଅଣ୍ଡା ଦେଇଥିବା ଜାଣି ପାରିଥିଲେ। ସାପଟି ସେହିଠାରେ ରହି ଅଣ୍ଡାରୁ ଛୁଆ ଫୁଟାଇବା ଯାଏଁ ତାକୁ ଗ୍ରାମବାସୀ ସୁରକ୍ଷା ଦେବେ ବୋଲି ନିଷ୍ପତି ନେଇଥିଲେ । କିନ୍ତୁ ବର୍ଷାଦିନ ଆସିବାରୁ ଅଣ୍ଡା ଗୁଡିକର ସୁରକ୍ଷା ଜରୁରୀ ହୋଇପଡିଲା । ଅଣ୍ଡାଗୁଡିକୁ ଖୋର୍ଦ୍ଧା ହଳଦିଆ ରେଞ୍ଜରେ ଆଣି ରଖିଥିଲେ ।

୧୮ ଦିନ ପରେ ଅର୍ଥାତ ୨୨ମେ ଦିନ ମା ଅଜଗର ଅଣ୍ଡା ଗୁଡିକୁ ବସାରେ ଛାଡି ବାହାରକୁ ପଳେଇ ଯାଇଥିଲା । ଦୀର୍ଘ ୧୦ ଘଣ୍ଟା ଅପେକ୍ଷା କରିବା ପରେ ବନ ବିଭାଗ ସ୍ନେକ ହେଲ୍ପଲାଇନ ସହାୟତାରେ ମା’ ଅଜଗରକୁ ଧରି ଚନ୍ଦକା ଅଭୟାରଣ୍ୟରେ ଛାଡି ଥିଲା । ଅଣ୍ଡା ଗୁଡିକୁ ପ୍ରଥମେ ନିଆଳି ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ରଖା ଯାଇଥିଲା । କିନ୍ତୁ ସେଠାରେ ପିମ୍ପୁଡି ଲାଗିବା ଫଳରେ ଦିନକ ପରେ ଅଣ୍ଡା ଗୁଡିକୁ ମିନିସିଂହ ପାଟଣା ରେଞ୍ଜ କାର୍ଯ୍ୟାଳୟରେ ସ୍ନେକହେଲ୍ପଲାଇନ ତରଫରୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଗତକାଲି ପ୍ରଥମ ଅଜଗର ଅଣ୍ଡା ଫୁଟି ବାହାରିଥିଲା । ବୁଧବାର ଆଉ କିଛି ଅଣ୍ଡା ଫୁଟି ଛୁଆ ବାହାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି